ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସାମ୍ବାଦିକ ମାନେ ଆଗ ଧାଡିର ଯୋଦ୍ଧା ବୋଲି କରୋନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସମାଜରେ ଲୁକ୍କାୟିତ ଭାବେ ରହିଯାଉଥିବା ଘଟଣାବଳୀ ଗୁଡିକୁ ଲୋକ ଲୋଚନକୁ ଆଣିବାରେ ସାମ୍ବାଦିକ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କରୋନା ସମୟରେ ସାମ୍ବାଦିକ ମାନଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି କରୋନା ସମୟରେ ଆଗ ଧାଡିର ଯୋଦ୍ଧା ଭାବେ ବାଲେଶ୍ଵର ଜିଲା ତଥା ରାଜ୍ୟର ଅନେକ ସାମ୍ବାଦିକ ମାନେ ମଧ୍ୟ କରୋନାରେ ମୃତ୍ୟୁବରଣ କରିଥିଲେ । ସେଥିମଧ୍ୟରୁ ବାଲେଶ୍ଵର ଜିଲା ସିମୁଳିଆ ବ୍ଲକର ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ସ ମୃତ୍ୟୁବରଣ କରିଥିଲେ । ମାର୍କୋଣା ସ୍ଥିତ ବାସଭବନ ପରିସରରେ ପୁତ୍ର ଜଗମୋହନ ସ (କାହ୍ନା) ଏବଂ ତାଙ୍କ ପରିବାରଙ୍କ ଦ୍ବାରା ଦ୍ବିତୀୟ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି । ଏହି ଅବସରରେ ସ୍ବର୍ଗତ ସ ଙ୍କ ପରିବାର ତରଫରୁ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ଏହି ଶିବିର ସକାଳ ୯ ଘଟିକାର ଆରମ୍ଭ ହୋଇଥିଲା । ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ବାସଭବନରେ ପହଞ୍ଚି ସ୍ବର୍ଗତ ସାମ୍ବାଦିକ ଶ୍ରୀ ସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଦେବା ସହିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ଖଇରା, ସିମୁଳିଆ, ଔପଦା,ବାହାନନଗା ଓ ସୋର ସମେତ ଜିଲାର ବିଭିନ୍ନ ବ୍ଲକ ଏବଂ ଜିଲା ସ୍ତରୀୟ ସାମ୍ବାଦିକ ମାନେ ବାସଭବନରେ ପହଞ୍ଚିଥିଲେ ।

ସେଥିମଧ୍ୟରୁ ନରେନ୍ଦ୍ର ପ୍ରସାଦ ବେହେରା, କୈଳାସ ଚନ୍ଦ୍ର ଦାସ, ଆନନ୍ଦ ଚନ୍ଦ୍ର ବେହେରା, ତପୋଧନ ବାରିକ, ରାଜାରାମ ଦାସ, ସୁଧାଂଶୁ ଶେଖର ବାରିକ, ପ୍ରଫୁଲ୍ଲ ପଟ୍ଟନାୟକ, ମିର୍ ସାବିର୍ ଅଲ୍ଲୀ, କୃଷ୍ଣ ଚନ୍ଦ୍ର ଭୂୟାଁ, ସୁବାଷ ଚନ୍ଦ୍ର ମହାନ୍ତି, ସୁଶାନ୍ତ ପଟ୍ଟନାୟକ, ରାଜକିଶୋର ମଲ୍ଲିକ, ଦେବେନ୍ଦ୍ର ନାୟକ, ଉମାକାନ୍ତ ସେଠୀ, ଖଗେନ୍ଦ୍ର କୁମାର ନାୟକ ଓ କମଳଶ୍ରୀ ମହାନ୍ତି ପ୍ରମୁଖଙ୍କ ସମେତ ଜିଲା ସ୍ତରରୁ ଅନ୍ୟ ସାମ୍ବାଦିକ ମାନେ ମଧ୍ୟ ଉପସ୍ଥିତ ହୋଇଥିଲେ । ସାମ୍ବାଦିକ ମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପୂର୍ବକ ସ୍ବର୍ଗତ ଶ୍ରୀ ସ ଙ୍କ ସୁଗୁଣାବଳୀ ବିଷୟରେ ଆଲୋଚନା କରିଥିଲେ । ଝିଅ ଅଲିଭା ନାୟକ ଓ ତୁଳିକା ସ ଙ୍କ ସମେତ ଶ୍ରୀକାନ୍ତ ପ୍ରଧାନ, ହୃଦାନନ୍ଦ ସାହାଣୀ ଓ ଅରୁଣ କୁମାର ଚାନ୍ଦଙ୍କ ସମେତ ସାମ୍ବାଦିକ ମାନେ ମଧ୍ୟ ସ୍ବର୍ଗତ ସ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଓଡିଶା ରକ୍ତ କେନ୍ଦ୍ର ଭଦ୍ରକ ତରଫରୁ ପ୍ରସ୍ତୁତ ପ୍ରମାଣପତ୍ର ସାମ୍ବାଦିକ ମାନେ ରକ୍ତଦାତା ମାନଙ୍କୁ ପ୍ରଦାନ କରିଥିଲେ । ଓଡିଶା ରକ୍ତ କେନ୍ଦ୍ର ଭଦ୍ରକର କର୍ମକର୍ତ୍ତା ମାନଙ୍କ ଦ୍ବାରା ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.