ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା, ଶର୍ମିଷ୍ଠାଙ୍କ ଜାମିନ ଆବେଦନ ଖାରଜ

କଟକ, (ନାଗରାଜ ନ୍ୟୁଜ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଝଟକା । ଏହି ମାମଲାର ଶୁଣାଣୀ କରି ଶର୍ମିଷ୍ଠାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ।

ଗତ ଫେବୃଆରୀ ୧୪ରେ ମାନସ ସ୍ବାଇଁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଏତଲା ଦିଆଯାଇଥିଲା। ଏହାପରେ ଆଇପିସିର ଦଫା ୩୬୩ ଓ ୩୪ ରେ ମାମଲା ରୁଜୁ କରିଥିଲା ପୋଲିସ । ତେବେ ମାନସଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ଶର୍ମିଷ୍ଠାଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ସାମ୍ଭାବ୍ୟ ଗିରଫ ଦାରିକୁ ଏଡ଼ାଇବା ପାଇଁ ସେ ଫେବୃଆରୀ ୨୩ ରେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।ଗତ ୧୬ ତାରିଖରେ ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏହା ହତ୍ୟାକାଣ୍ଡର ରୂପ ନେଇସାରିଛି। ପୋଲିସ ମଧ୍ୟ ଆଇପିସିର ୩୦୨ ଦଫାରେ ମାମଲା ରୁଜୁ କରିଛି। ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନରେ ପ୍ରାର୍ଥନା ନଥିବା ସ୍ପଷ୍ଟ ହୋଇଛି।

ମାନସ ହତ୍ୟା ମାମଲାରେ ଏଯାଏଁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଛି। ଶର୍ମିଷ୍ଠାଙ୍କ ସହ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ବି ଖୋଜା ଚାଲିଛି। ଗତକାଲି ଏହି ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ OIS ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ ।

Leave a Reply

Your email address will not be published.