ରକ୍ଷକ ସାଜିଲା ଭକ୍ଷକ, ଅସହାୟ ମହିଳାଙ୍କୁ ସୁରକ୍ଷା ଦେଇ କଲା ଦୁଷ୍କର୍ମ

ପୁରୀ, (ନାଗରାଜ ନ୍ୟୁଜ): ରକ୍ଷକ ସାଜିଲା ଭକ୍ଷକ । ଅସହାୟ ମହିଳାଙ୍କୁ ସୁରକ୍ଷା ଦେଇ କଲା ଦୁଷ୍କର୍ମ । ଦୀର୍ଘ ୪ ମାସ ଧରି ଦୁଷ୍କର୍ମ କରିବା ପରେ ଶେଷରେ ମୁହଁ ଖୋଲିଲେ ପୀଡ଼ିତା । ବଳାତ୍କାର କରିଥିବା ବ୍ୟକ୍ତି ଜଣେ ଦହିବରା ବ୍ୟବସାୟୀ ହୋଇଥିବାବେଳେ ତା’ ବିରୋଧରେ ପୁରୀ ତାଳବଣିଆ ଥାନାରେ ରୁଜୁ ହୋଇଛି  । ବ୍ୟବସାୟୀ ଜଣକ କୁମୁଟିପାଟଣାରେ ଭଡ଼ାରେ ରହୁଥିବା ସୁବଳ ଚରଣ ସାହୁ (୪୫) । ତା ଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି ବୋଲି କହିଛନ୍ତି ଆଇଆଇସି ସୁଜାତା ବେହେରା । ପୁଲିସ କହିଛିଯେ, ୪ ମାସ ତଳେ ଅସହାୟ ଅବସ୍ଥାରେ ଥିବା ଜଣେ ସ୍ୱାମୀ ପରିତ୍ୟକ୍ତାଙ୍କୁ ସାହାଯ୍ୟର ହାତ ବଢାଇଥିଲା ସୁବଳ । ସ୍ଥାନୟ ସେନାପତିବଗିଚା ସ୍ଥିତ ଦରିଦ୍ରନାରାୟଣ ସେବାଶ୍ରମରେ ଘରଭଡା ବୁଝି ମହିଳାଙ୍କୁ ଆଶ୍ରୟ ଦେଇଥିଲା । କିନ୍ତୁ ଅସହାୟ ଅବସ୍ଥାରେ ସୁବଳ ଫାଇଦା ଉଠାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି । ସୂନାଯୋଗ୍ୟଯେ, ଲଗାତର ଭାବେ ଟାଉନ ଥାନା , ସମୁଦ୍ରକୂଳ ଥାନା ଓ ବଳିଆପଣ୍ଡା ଥାନାରେ ୩ ଜଣ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ହୋଇ ଥିବାବେଳେ ଏବେ ଦହିବରା ବ୍ୟବସାୟୀ ଜଣଙ୍କ ସୁରକ୍ଷା ଦେଇଥିବା ମହିଳାଙ୍କୁ ଦୁଷ୍କର୍ମ ମାମଲା ଏବେ ପୁରୀରେ ଆଲୋଡନ ଓ ଉଦବେଗ ସୃଷ୍ଟି କରିଛି ।

Leave a Reply

Your email address will not be published.