ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ କର୍ମୀ

ପୁରୀ, (ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁଶାସନ, ସ୍ବଚ୍ଛ ଭାବମୂର୍ତ୍ତି ଓ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ ପଲଙ୍କ ଗ୍ରାମପଞ୍ଚାୟତ ମୋଟ ଗ୍ରାମର ଲୋକନାଥ ବେହେରା, ଡାକୁ ବେହେରା, ଅନେଇ ବେହେରା, ଅପି ବେହେରା, ବଲ୍ଲଭ ବେହେରା, ସୁଦର୍ଶନ ବେହେରା, କିଶୋର ବେହେରା, ଦୁର୍ଯ୍ୟୋଧନ ବେହେରା, କ୍ଷେତ୍ରବାସୀ ବେହେରା, ପବିତ୍ର ବେହେରା, ମଙ୍ଗୁଳି ବେହେରା, ଭାସ୍କର ବେହେରା, ଜୋଗେନ୍ଦ୍ର ବେହେରା ଏବଂ ପଲଙ୍କ ଗ୍ରାମର ନାରାୟଣ ପୁଜାରୀ, ମୁକ୍ତାର ଅଲ୍ଲୀ, ଜାଲୁ ଖାଦୀମ୍ , ଇଦ୍ ଖାଦିମ୍ ବିଜେପି ପାର୍ଟି ଛାଡ଼ି ବିଦ୍ଧି ବଦ୍ଧ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ତୃଣମୂଳସ୍ତରରେ ସଙ୍ଗଠନକୁ ଆହୁରି ମଜବୁତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସୁଦୂରପ୍ରସାର କରିବେ ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ୨୯ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ସ୍ଵପ୍ନାରାଣି ସ୍ଵାଇଁ, ପଲଙ୍କ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଲିଲି ସ୍ଵାଇଁ, ସମିତି ସଭ୍ୟା ପ୍ରାର୍ଥୀନୀ ମଧୁସ୍ମିତା ବେହେରା, ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ,ପୂର୍ବତନ ସରପଞ୍ଚ ଅମର ବେହେରା, ପଞ୍ଚାୟତ ସଭାପତି ପଞ୍ଚାନନ ପୁଜାରୀ, ଯୁବ ନେତା ବୀର କିଶୋର ମାହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.