ସିରୁଳି ମହାବୀରଙ୍କ ମହାବିଶୁବ ସଂକ୍ରାନ୍ତି ଆୟୋଜନ ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ):  ସିରୁଳି ମହାବୀର ଦେବଙ୍କ ମହାବିଶୁବ ସଂକ୍ରାନ୍ତି ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଭବତାରଣ ସାହୁ ମହାବିଶୁବ ସଂକ୍ରାନ୍ତି ଅବସରରେ ସିରୁଳି ମହାବୀର ପୀଠ ରେ ପୂଜାର୍ଚନା ପାଇଁ ବ୍ୟାପକ ଜନଗହଳି ର ଆଶଙ୍କା ଥିବାରୁ ଆଇନଶୃଙ୍ଖଳା ରକ୍ଷା ସହ ଭକ୍ତ ମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।ନୀତି ନିର୍ଘଣ୍ଟ କୁ ସଠିକ ଭାବେ ପରିଚାଳନା ପାଇଁ ସେ ଅନୁରୋଧ କରିଥିଲେ।ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ଅପ୍ରେଲ ୧୨ ତାରିଖ ଅପରାହ୍ନ ଘ ୩.୩୦ ମି ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଖଡିକା ଲାଗି,୧୩ ତାରିଖ ରେ ଦୈନନ୍ଦିନ ନୀତିକାନ୍ତି,୧୪ ତାରିଖ ଭୋର ଘ ୨.୩୦ ମିନିଟରେ ମନ୍ଦିର ଦ୍ୱାରଫିଟା,ଭୋର ୩ ଘଟିକା ରେ ମଙ୍ଗଳ ଆଳତି, ଭୋର ଘ ୩.୧୦ ମିନିଟ ଠାରୁ ସକାଳ ୭ ଘଟିକା ଅବକାଶ, ବଲ୍ଲଭ ନୀତି ଓ ସକାଳ ୭ ଘଟିକା ରୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ଅନୁଷ୍ଠିତ ହେବ।୧୫ ତାରିଖ ରାତ୍ର ସମୟରେ ମହାବୀର ଦେବଙ୍କ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବ।ଏହି ସମୟ ନିର୍ଘଣ୍ଟ ଅନୁସାରେ ନୀତି ପରିଚାଳନା ପାଇଁ ପୂଜକ ଓ ସେବାୟତ ମାନଙ୍କୁ ଅନୁରୋଧ କରାଗଲା।ମନ୍ଦିର କାର୍ଯ୍ୟାଳୟ ଓ ଗ୍ରାମର ୨୬ ନିଯୋଗ ମିଳିତ ଭାବେ ମନ୍ଦିର ଚତୁପାର୍ଶ୍ୱ ଆଲୋକୀକରଣ କରିବାକୁ ସ୍ଥିର ହେଲା।


ମନ୍ଦିର ବାହ୍ୟ ପାର୍ଶ୍ଵରେ ଅସ୍ଥାୟୀ ପାଇଖାନା, ପରିଶ୍ରାଗାର ଏବଂ ପାନୀୟ ଜଳ ବ୍ୟବସ୍ଥା,ପରିଷ୍କାର ପରିଛନ୍ନ ବ୍ୟବସ୍ଥା, ଭକ୍ତଙ୍କ ପାଇଁ ଭ୍ରାମ୍ୟମାଣ ପାଣି ଟାଙ୍କି ବ୍ୟବସ୍ଥା,ପାର୍କିଂ ବ୍ୟବସ୍ଥା, ଆଇନଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ନିର୍ବାପକ ବ୍ୟବସ୍ଥା ଇତ୍ୟାଦି କରାଯିବା ପାଇଁ ସ୍ଥିର ହେଲା।ଏହି ବୈଠକରେ ଅତିରିକ୍ତ ଏସ ପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ, ଚନ୍ଦନ ପୁର ଆଇଆଇସି ସୁମତୀ ମହାନ୍ତି,କମିଟିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ମନ୍ଦିର ସେବାୟତ ଓ ଗ୍ରାମର ଭଦ୍ରବ୍ୟକ୍ତି ଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.