ନୟାଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଦର୍ଶନ ବେହେରାଙ୍କ ଗତ ରାତିରେ ବିୟୋଗ ଘଟିଛି।ଶ୍ରୀ ବେହେରା ଦୀର୍ଘଦିନ ହେବ କିଡ୍ନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।ଗତକାଲି ତାଙ୍କର ପୈତୃକ ଗ୍ରାମ ତୁରାଣୀପଦା ସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଥିଲା।ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ବୟସ ହୋଇଥିବାବେଳେ ସେ ନୟାଖଣ୍ଡି ପଞ୍ଚାୟତର ୧୯୯୭ ରୁ ୨୦୦୨ପର୍ଯ୍ୟନ୍ତ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇଥିଲେ।ଶ୍ରୀ ବେହେରା ଜଣେ ପରଉପକାରୀ ମଣିଷ ଥିବାବେଳେ ତାଙ୍କର ମୃତ୍ୟୁରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।ଆଜି ଖବର ପାଇ ବିଜେପି ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା,ଯୁବନେତା ନୀଳମାଧବ ପଣ୍ଡା ,ଖଇରା ଯୋନର ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର,କୁପାରୀ ଯୋନର ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ,ସାରକୋଣା ପଞ୍ଚାୟତ ସରପଞ୍ଚ ସୁଶାନ୍ତ ନାୟକ ,କୁପାରି ପଞ୍ଚାୟତ ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ ,ଖଇରା ପଞ୍ଚାୟତ ସରପଞ୍ଚ ସୁଦର୍ଶନ ସେଠୀ , ସମାଜସେବୀ ଶଶାଙ୍କ ଶେଖର ମହାପାତ୍ର,ନୟାଖଣ୍ଡି ସମିତିସଭ୍ୟଙ୍କ ପ୍ରତିନିଧି ବିପ୍ଳବ ଦାସ ,ଖଇରା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ବିଷ୍ଣୁପଦ ସାହୂ ,କୁପାରି ପଞ୍ଚାୟତ ସମିତି ସଭ୍ୟ,ଖଇରା ଯୋନର ବିଜେପି ଜିଲ୍ଲାପରିଷଦ ପ୍ରାଥି ରାଜେଶ କୁମାର ରାଉତ,ମୁକେଶ ଜେନାଙ୍କ ସମେତ ଖଇରା ଅଞ୍ଚଳର ବିଶିଷ୍ଟ ଭକ୍ତିମାନେ ବାସ ଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.