ଅନ୍ୟ ଜଣକ ଶବକୁ ନିଜର ଶବ ଭାବି ଶ୍ମସାନରେ ପୋଡି ଦେଲେ ପରିବାର ଲୋକେ

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ନେମାଳ ଥାନା କୁଆଁଶୋଳ ରେ ଅନ୍ୟ ଜଣକ ସବକୁ ନିଜର ଶବ ଭାବି ଶ୍ମସାନ ରେ ପୋଡି ଦେଲେ ପରିବାର ଲୋକେ ନେମାଳ ଥାନା ଅଧିନ ତିଲକଣା ପଞାୟତ କୁଆଁଶୋଳ ଗାଆଁ ରେ ଘଟିଛି l ଏଭଳି ଘଟଣା ବମ୍ବେ ରେ କାମ କରୁ ଥିବା ସମୟ ରେ ମୃତୁ ବରଣ କରି ଥିଲେ ବିଳାସ ଭୂୟାଁ ଦୀର୍ଘ ବର୍ଷ ହେବ ବମ୍ବେ ରେ ଏକ ଘରୋଇ କାର ସୋରୁମ ରେ ବିଳାସ କାମ କରୁଥିଲେ l ଗତ 8 ତାରିଖ ଦିନ ସକାଳେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା l ହେବା ପରେ ସ୍ଥାନୀୟ ସାଙ୍ଗ ମାନେ ଏକ ଘରୋଇ ହସ୍ପିଟାଲ କୁ ନେଇଥିଲେ l ସେଠି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ତାପରେ ଗତ କାଲି ବିଳାସ ଙ୍କ ଶବ ତାଙ୍କ ଘୋରକୁ ଆସିବା ପାଇଁ ମେଡିକାଲ ତରଫରୁ ଵେବସ୍ତା କରାଯଇଥିଲା l ସେହି ମେଡିକାଲ ରେ ଶବ ଅଦଳ ବଦଳ ହୋଇଥିଲା l କିନ୍ତୁ ଶବ ଆସିଲା ପରେ ବିଳାସ ଙ୍କ ଶବ କୁ ନ ଚିହ୍ନି ପାରି ଅନ୍ୟ ଏକ ଶବ କୁ ଗ୍ରାମବାସୀ ଓ ପରିବାର ଲୋକେ ନଦୀ ସ୍ମସାନ ରେ ପୋଡିଥିଲେ l ସବୁଠାରୁ ବଡ଼ କଥା ହେଲା ଅନ୍ୟ ଯେଉଁ ଶବ କୁ ପୋଡିଥିଲେ, ତାଙ୍କର ସମ୍ପର୍କୟ ମାନେ ଆଜି ପୋଲିସ ସହ୍ୟତାରେ ତାଙ୍କର ଅସ୍ତି କୁ ନେବା କୁ ଆସୁଛନ୍ତି l ଏ ପଟେ ବିଳାସ ଭୁୟାଁ ର ଶବ ଏବେ କିଛି ଘଣ୍ଟା ପରେ ଓଡିଶା ରେ ଆସି ପହଁଚିବ ବୋଲି ସୂଚନା ଦେଲେ ସମ୍ପର୍କୀୟl

Leave a Reply

Your email address will not be published.