ଗଁଦିଆ ଥାନାରେ ଛଅ ଦୋଳ ଯାତ୍ରା ପାଳିତ

ଗଁଦିଆ,(ନାଗରାଜ ନ୍ୟୁଜ): ଗଁଦିଆ ଥାନାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୋଳ ପର୍ବ ପାଳନ ଅବସରରେ ଛଅ ଦୋଳ ଯାତ୍ରା୧୩ତାରିଖରେ ମହା ସମାରୋହରେ ପାଳିତ ହୋଇଯାଇଛି ଏହି ଉପଲକ୍ଷେ ସ୍ଥାନୀୟ ଜନସାଧାରଣ ଓ ଥାନାର କର୍ମଚାରୀ ମାନେ ମିଳିତ ଭାବରେ ଏହି ଯାତ୍ରାକୁ ପାଳନ କରି ଆସୁଛନ୍ତି ପ୍ରଥମେ ପୋରୁହଖୋଜ ଛକ ଠାରେ ଥିବା ବଟସାହୁ ଙ୍କର ମଠ ପକ୍ଷରୁ ଦୋଳ ବିମାନକୁ ସୁସଜିତ କରଯାଇ ସେଥିରେ ଠାକୁରଙ୍କୁ ରଖାଯାଇଗ୍ରାମ ପରିକ୍ରମା କରିଏକ ମନୋରମା ପରିବେଶରେ ଲଉଡ଼ବାଡ଼ି ଖେଳ ସଂର୍କୀତନ କରାଯାଇ ବିମାନ ଦୁଇଟିକୁ ଦୋଳ ମଣ୍ଡପ କୁ ଅଣାଯାଇ ଠାକୁରଙ୍କୁ ମଞ୍ଚସିନ କରାଯାଇ ବ୍ରାହ୍ମଣ ଙ୍କ ଦ୍ଵାରା ସମ୍ପୁର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜା ଅର୍ଚନା ହୋଇଥିଲା ଗଁଦିଆ ଥାନା ଆଇଆଇସି ସତ୍ୟବ୍ରତ ଭୁତିଆ ଙ୍କର ପ୍ରତ୍ୟେକ ତତ୍ଵାବଧାନରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା ଏଥିରେ ଥାନାର ଅନ୍ୟ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ଜନସାଧାରଣଙ୍କ ନିମନ୍ତେ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଯାତ୍ରା ପରିବେଷଣ କରାଯାଇଥିଲା ଉକ୍ତ ଥାନାରେ ଏହି ଦୋଳ ପର୍ବ ଦେଶ ପରାଧୀନ ଥିବା ସମୟରୁ ପାଳିତ ହୋଇ ଆସୁଥିବାର ଜାଣିବାକୁ ମିଳିଛି ପ୍ରଥମେ ଉକ୍ତ ଦୋଳ ମେଲଣ ଯାତ୍ରା ଗଁଦିଆ ଗ୍ରାମ ଠାରେ ଥିବା ପୁରୁଣା ଥାନା ପରିସରରେ ଆରମ୍ଭ ହୋଇଥିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.