ମୃତ୍ତିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଙ୍କୀ: କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ବାଙ୍କୀ ଡମପଡା ବ୍ଲକର ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପଂଚାୟତର ଚାଷୀମାନଙ୍କୁ ନେଇ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ସମ୍ପର୍କରେ ତଥା ମୃତ୍ତିକା ସୁସ୍ଥ ରଖିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଏହି ତାଲିମ ଶିବିରରେ କୃଷକଙ୍କୁ ଦିଆଯାଇଛି । ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପଞ୍ଚାୟତରୁ ତିରିଶ ଜଣ ଲେଖାଏଁ ଚାଷୀ ଆସି ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଆଠ ଦିନଧରି ଚାଲିଥିବା ବେଳେ ଏବେ ସୁଦ୍ଧା ଆଠଟି ପଞ୍ଚାୟତର ଚାଷୀ ଆସି ତାଲିମ ନେଇଥିବା କହିଛନ୍ତି ଡମପଡା କୃଷିବିଭାଗ ଅଧିକାରୀ । ଏହାର ଉଦେଶ୍ୟ ଓ ଲକ୍ଷ ହେଉଛି ମୃତ୍ତିକା କିଭଳି ନଷ୍ଟ ନହେବ ମଟିରୁ ଅମ୍ଳ ନଷ୍ଟ ନହେବ ସେଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ।

ମାଟି ଉର୍ବର ରହିଲେ ଫସଲ ଅମଳ ଭଲ ରହିବ । ସେଥିପାଇଁ ମାଟି ପରୀକ୍ଷା କରି ଯେତିକି ସାର ପକାଇବା କଥା ସେତିକି ପକାଇବା । ଅଧିକ ସାର ମାଟିରେ ପକାଇ ମାଟିକୁ ନଷ୍ଟ କରିବାକୁ ନଦେବା ପାଇଁ ଏହି କାର୍ଯ୍ୟକ୍ରମରେ କହିଛନ୍ତି କୃଷି ଅଧିକାରୀ । ଏହା କରିବା ଦ୍ୱାରା ମାଟି ନଷ୍ଟ ହେବ ନାହିଁ ଉର୍ବର ବଢିବ ଫସଲ ଭଲ ହେବା ନେଇ ଚାଷୀଙ୍କୁ ଏହି ଶିବିର ମାଧ୍ୟମରେ ତାଲିମ ଦିଆଯିବାର ବ୍ୟବସ୍ଥା ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ସ୍ଥାନୀୟ କୃଷକମାନେ ଅଂଶ ଗ୍ରହଣ କରି ତାଲିମ ପାଇ କୃଷି କାର୍ଯ୍ୟକୁ ଆଗକୁ ନେବାର ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published.