କମୁଛି ସଂକ୍ରମଣ ହାର, ୨୪ ଘଣ୍ଟା ମଧ୍ୟରେ ୧୮୬୪ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଛି ।ଗତ ୨୪ ଘଣ୍ଟାରେ ୧୮୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୬୫୭୧୫ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୨୦୭୪ ସଂକମିତଙ୍କ ମଧ୍ୟରୁ ୧୦୮୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଆଜି ଗଜପତିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗଞ୍ଜାମରୁ ୧୨, ଜଗତ୍ସିଂହପୁରରୁ ୮୯, ଯାଜପୁର ୧୦୭, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୫୯, କେଉଁଝରରୁ ୪୪, ଖୋର୍ଦ୍ଧାରୁ ୪୯୬, କୋରାପୁଟରୁ ୭, ଅନୁଗୋଳରୁ ୬୯, ବାଲେଶ୍ୱରର ୧୧୪, ବରଗଡରୁ ୨୪, ଭଦ୍ରକରୁ ୬୫, ବଲାଙ୍ଗୀରରୁ ୫, ବୌଦ୍ଧରୁ ୩, କଟକରୁ ୨୨୧, ଦେଓଗଡରୁ ୬, ଢେଙ୍କାନାଳରୁ ୮୪, ମାଲକାନଗିରି ୧୨, ମୟୂରଭଞ୍ଜ ୫୭, ନବରଙ୍ଗପୁରରୁ ୨, ନୟାଗଡ଼ ୬୬, ନୁଆପଡା ୯, ପୁରୀ ୫୯, ରାୟଗଡା ୨୪, ସମ୍ବଲପୁର ୩୪, ସୋନପୁର ୬, ସୁନ୍ଦରଗଡ ୫୬ ଏବଂ ରାଜ୍ୟପୁଲ୍‌ରୁ ୧୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Leave a Reply

Your email address will not be published.