ବିନା ମାସ୍କ ନେଇ ବଢିଲା ଅଡୁଆ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଉଦଘାଟନ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏସବୁ ମଧ୍ୟରେ ପାକିସ୍ତାନୀ ଆଥଲେଟଙ୍କ‌ ପାଇଁ ବଢିଛି ଅଡୁଆ । ବିନା ମାସ୍କରେ ପ୍ରବେଶ ହେତୁ ତାଙ୍କ ନାମରେ ପାକିସ୍ତାନ ସାମାଜିକ ଗଣମଧ୍ୟାମରେ ଅନେକ ଚର୍ଚ୍ଚା ହେଉଛି । ମହାମାରୀ କୋଭିଡ-୧୯ ନିୟମ ଅନୁସାରେ ଆଥଲେଟଙ୍କୁ ଉଦଘାଟନୀ ସମାରୋହରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା । ବ୍ୟାଡମିଣ୍ଟନ ଖେଳାଳି ମହୂର ଶହଜାଦଙ୍କ ମାସ୍କ ଠିକ ଭାବରେ ମୁହଁରେ ଲାଗିନଥିଲା । ଏହା ଠୁଡ଼ି ତଳକୁ ଲାଗିଥିଲା । କିନ୍ତୁ ସୁଟର ଖଲୀଲ ଅଖତାର ମାସ୍କରେ ନିଜର ମୁହଁ ଢାଙ୍କିଥିଲେ । 

କେବଳ ପାକିସ୍ତାନ ନୁହେଁ । ବରଂ ପାକିସ୍ତାନ ବ୍ୟତୀତ କିର୍ଗିସ୍ତାନ ଓ ତାଜିକସ୍ତାନ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଦୃଷ୍ଟିଗୋଚର ହୋଇଛି । ସୂଚନାଯୋଗ୍ୟ କରୋନା ମହାମାରୀ ମଧ୍ୟରେ ଶୁକ୍ରବାର ଟୋକିଓ ଅଲିମ୍ପିକ ଆରମ୍ଭ ହୋଇଯାଇଛି । କ୍ରୀଡ଼ାକୁମ୍ଭରେ ୨୦୬ଟି ଦେଶରୁ ପ୍ରାୟ ୧୧ ହଜାର ଖେଳାଳି ଅଂଶଗ୍ରହଣ କରିଛନ୍ତି । ଭାରତରୁ ୧୨୭ ଜଣ କ୍ରୀଡ଼ାବିତ୍ ଏଥର ଅଂଶଗ୍ରହଣ କରିଛନ୍ତି । 

Leave a Reply

Your email address will not be published.