ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ – ୨୦୨୩

ଢ଼େଙ୍କାନାଳ,(ନାଗରାଜ ନ୍ୟୁଜ): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା ୦୯.୧୧.୨୦୨୨ ରିଖରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଚାରି ଗୋଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ଚିଠା , ପଞ୍ଜୀକରଣ ଅଧିକାରୀ ତଥା ଉପ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ମତଦାନ କେନ୍ଦ୍ରରେ ପ୍ରକାଶିତ ହୋଇଅଛି ଏବଂ ଏହି ତାରିଖ ଠାରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ – ୨୦୨୩ କାର୍ଯ୍ୟକ୍ରମ ଟି କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରେ ନୂତନ ଭୋଟରଙ୍କର ନାମ ପଞ୍ଜୀକରଣ କରିବା , ଅନୁପସ୍ଥିତ , ସ୍ଥାନାନ୍ତରିତ ହୋଇଥିବା ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦକରିବା ସହିତ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା । ଯଦି କୌଣସି ଭୋଟର ନିଜର ନାମ ଯାଞ୍ଚ କରିପାରିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନଙ୍କର website www.ceoodisha.nic.in କୁ ଯାଇ ଦେଖୁ ପାରିବେ । ଭୋଟର ତାଲିକାକୁ ନିର୍ଭୁଲ ଏବଂ ସ୍ବଚ୍ଛ କରିବା ପାଇଁ ଏବଂ ଭୋଟରଙ୍କ ମଧ୍ୟ ରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନ ର ମୂଳ ଲକ୍ଷ । ସୂଚନା : ୧.ଯେଉଁ ବ୍ୟକ୍ତି ଙ୍କ ବୟସ ୧.୧.୨୦୨୩ ରିଖ ସୁଧା ୧୮ ବର୍ଷ ହେଉଥିବ ସେମାନେ ନୂତନ ଭୋଟର ଭାବରେ ନିଜର ନାମ online ( NVSP , VHA ) ମାଧ୍ୟମରେ ଫର୍ମ -6 ରେ ନାମ ପଞ୍ଜିକରଣ କରିପାରିବେ କିମ୍ବା ସମ୍ପୃକ୍ତ ବୁଥ ସ୍ତରୀୟ ଅଧିକାରୀ ( BLO ) , ସହପଞ୍ଜିକରଣ ଅଧିକାରୀ AERO କିମ୍ବା ପଞ୍ଜିକରଣ ଅଧିକାରୀ ( ERO ) ଙ୍କ ନିକଟରେ ଅବେଦନ କରିପାରିବେ । ୨ . ଯେଉଁ ବ୍ୟକ୍ତି ଙ୍କ ବୟସ , ୦୧ ଏପ୍ରିଲ , ୨୦୨୩ , ୦୧ ଜୁଲାଇ , ୨୦୨୩ ଏବଂ ୦୧ ଅକ୍ଟୋବର , ୨୦୨୩ କୁ ୧୮ ବର୍ଷ ହେବ ସେମାନେ ମଧ୍ୟ ଫର୍ମ -6 ରେ ନିଜ ର ନାମ ପଞ୍ଜିକରଣ ପାଇଁ ଅଗ୍ରୀମ ଆବେଦନ କରିପାରିବେ । ୩ . ଭୋଟର ତାଲିକାରୁ ନାମକୁ ବାଦ ଦେବାପାଇଁ online ମାଧ୍ୟମରେ ଫର୍ମ – ୭ ରେ ଅବେଦନ କରିପାରିବେ । ୪ . ବାସସ୍ଥାନ ସ୍ଥାନାନ୍ତରଣ / ସଂଶୋଧନ ପାଇଁ ଅନଲାଇନ ମାଧ୍ୟମରେ ଫର୍ମ – ୮ ରେ ଆବେଦନ କରିପାରିବେ । ୫ . ଏଥ୍ ନିମନ୍ତେ ୦୯.୧୧.୨୦୨୨ ରୁ ତା ୦୮.୧୨.୨୦୨୨ ମଧ୍ୟ ରେ BLO ମାନେ ନିଜ ବୁଥ ଅନ୍ତର୍ଗତ ସମସ୍ତ ଗୃହ ପରିଦର୍ଶନ କରି ଦରଖାସ୍ତ ଫର୍ମ ସଂଗ୍ରହ କରିବା ର ବ୍ୟବସ୍ତା କରାଯାଇ ଅଛି । ଏହି ଅବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭୋଟର୍ ତାଲିକାରେ ନୂତନ ପଞ୍ଜିକରଣ ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.