କଟକ ବାଲିଯାତ୍ରାରେ ପୁରୁଷ ହକି ବିଶ୍ଵକପ 2023 ଫିଭର

କଟକ,(ନାଗରାଜ ନ୍ୟୁଜ): କଟକ ବାଲିଯାତ୍ରାରେ ପୁରୁଷ ହକି ବିଶ୍ଵକପ 2023 ଫିଭର। ବାଲିଯାତ୍ରା ତଳ ପଡ଼ିଆରେ ରାଜ୍ୟ ସରକାର ଙ୍କ କ୍ରୀଡା ବିଭାଗ ର ସ୍ଵତନ୍ତ୍ର ହକି ବିଶ୍ଵକପ ପ୍ରଦର୍ଶନୀ ଷ୍ଟଲ୍। ଖାଲି ଷ୍ଟଲ୍ ନୁହେଁ ସେଠାରେ ରହିଛି ବିଶ୍ଵକପ ଟ୍ରଫି ର ମଡେଲ। ଯାହାକୁ ଦେଖିବା ପାଇଁ ସମସ୍ତଙ୍କ ବଢୁଛି ଆଗ୍ରହ। ଯେଉଁ ଟ୍ରଫି କୁ ଆଗରୁ ଆଗରୁ ଟିଭି ଓ ଫଟୋ ରେ ଦେଖୁଥିଲେ ତାହାକୁ ପାଖରେ ପାଇ ବେଶ୍ ଖୁସି ଅଛନ୍ତି ସମସ୍ତେ। ଖାଲି ସେତିକି ନୁହେଁ ଏହି ଷ୍ଟଲ୍ ମଧ୍ୟରେ ହକି ର ଏକ ଫୋଟୋ ଗ୍ୟାଲେରୀ ରହିଛି ଯେଉଁଥିରେ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଆରମ୍ଭ କରି ସବୁ କିଛି କୁ ସ୍ଥାନିତ କରାଯାଇଛି। ଏହା ସହ ଏଠାରେ ଏକ ପେନାଲ୍ଟି ଗ୍ୟାଲେରୀ ରଖାଯାଇଛି । ଯେଉଁଠି ଦର୍ଶକ ମାନେ ହକି ଖେଳି ଗୋଲ ର ମଜା ନେଇ ପାରିବେ। ଯେହେତୁ ଆସନ୍ତା ବର୍ଷା ବିଶ୍ଵକପ ହକି ଆୟାଜନ ଓଡ଼ିଶା କରିବାକୁ ଯାଉଛି ସେଥିପାଇଁ ଏହାର ବହୁଳ ପ୍ରଚାର ପ୍ରସାର କରିବା ପାଇଁ ଏହି ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published.