ବାଲିଯାତ୍ରା ଇତିହାସରେ ଯୋଡି ହେଲା ହାଇକୋର୍ଟ

କଟକ,(ନାଗରାଜ ନ୍ୟୁଜ): ବାଲିଯାତ୍ରା ଇତିହାସରେ ଯୋଡି ହେଲା ହାଇକୋର୍ଟ । ପ୍ରଥମ ଥର ପାଇଁ ବାଲିଯାତ୍ରା ପଡିଆରେ ହାଇକୋର୍ଟ ରେପ୍ଲିକା ରହେଲା ଉଦ୍‌ଘାଟନ। ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧର ଏହି ରେପ୍ଲିକାର ଶୁଭାରମ୍ଭ କରିଛନ୍ତି। ବିଚାର ବିଭାଗ, ଆଇନ କଣ ଏହି ରେପ୍ଲିକାରୁ ଆସୁଥିବା ଲୋକେ ଜାଣି ପାରିବେ। ଏହାସହ ବହୁତ ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି। ଆୟୋଜକଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଇନ, ବିଚାର ବିଭାଗ, ବିଚାର ବ୍ୟବସ୍ଥା ଓ ଜଣସାଧାରଣ ପରସ୍ପର ନିକଟତର ହୋଇ ପାରିବେ ଏହି ପ୍ରୟାସ ମାଧ୍ୟମରେ ବୋଲି କହିଛନ୍ତି। ବାଲିଯାତ୍ରା ଏବେ ଏକ ଶିଖିବାର ମାଧ୍ୟମ ହୋଇ ପାରିବ ବୋଲି କହିଲେ ମୁଖ୍ୟ ବିଚାରପତି କହିଛନ୍ତି । ରେପ୍ଲିକା ଶୁଭାରମ୍ଭ ପରେ ବାଲିଯାତ୍ରା ବୁଲି ଦେଖିଥିଲ ମୁଖ୍ୟ ବିଚାରପତି ।

Leave a Reply

Your email address will not be published.