ସୌମ୍ୟରଞ୍ଜନଙ୍କ ମୃତ୍ୟୁର ତଦନ୍ତ ନେଇ ବାଲେଶ୍ବର ଓ ମୟୂରଭଞ୍ଜ ଗସ୍ତ କରିବେ ପୋଲିସର ସ୍ବତନ୍ତ୍ର ଟିମ୍

ବାଲେଶ୍ବର: ନୂଆ ମୋଡ ନେଉଛି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ରହସ୍ୟ । ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି ।ତେବେ ଗଜପତି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଆଜି ସୌମ୍ୟରଞ୍ଜନଙ୍କ ମୃତ୍ୟୁର ତଦନ୍ତ ନେଇ ବାଲେଶ୍ବର ଓ ମୟୂରଭଞ୍ଜ ଗସ୍ତ କରିବେ ।

ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ସୌମ୍ୟରଞ୍ଜନଙ୍କ ଘର । ତେଣୁ ଆଜି ପୋଲିସର ସ୍ବତନ୍ତ୍ର ଟିମ୍ ସେଠାକୁ ଯାଇ ତାଙ୍କ ମାଆ ଓ ପରିବାର ଲୋକଙ୍କୁ ପଚରାଉଚରା କରିବ । ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିଛନ୍ତି, ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଥିବା ସେ ମାଆ ଓ ମାଇଁଙ୍କୁ ଫୋନ୍ କରି ଜଣାଇଥିଲେ ।

ଘଟଣା ସମ୍ପର୍କରେ ସେମାନଙ୍କୁ ପୋଲିସ ପଚରାଉଚରା କରିବ । ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବେ ତାଙ୍କ ବାପା ଘରେ ରହୁଥିବାରୁ ତାଙ୍କୁ ଓ ପରିବାର ଲୋକଙ୍କୁ ପଚରାଉଚରା ପାଇଁ ଯାଇଛି ପୋଲିସ ଟିମ୍ ।

Leave a Reply

Your email address will not be published.