ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ୧୫ଟି ପ୍ରସ୍ତାବକୁ ଅନୁମୋଦନ

ଭୂବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମାଧ୍ୟମରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁରୁତ୍ୱପୁର୍ଣ୍ଣ ୧୫ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରସ୍ତାବ ମଧ୍ୟରେ ୧୪୪୯ ଟଙ୍କାରେ ୩ ମେଗା ପାନିୟ ଜଳ ପ୍ରକଳ୍ପକୁ ମଞ୍ଜୁରିି ମିଳିଛି । ଏହି ପ୍ରକଳ୍ପ ଦ୍ୱାରା ୨ ଜିଲ୍ଲାର ୧୪ ବ୍ଲକ ଅଧୀନରେ ୮୭୮ ଗ୍ରାମର ୯ ଲକ୍ଷ ଲୋକ ବିଶୁଦ୍ଧ ପାନିୟ ଜଳ ପାଇବେ ।

ଏହି ଅପଗ୍ରେଡ ଦ୍ୱାରା ପୁରୁଣା ଉପକରଣ ବଦଳି ଯିବ ।ଏହାଦ୍ୱାରା ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସହ ୩୦ ଜିଲ୍ଲା ମୁଖ୍ୟାଳୟ ଏବଂ ୩୧୪ ବ୍ଲକ ମୁଖ୍ୟାଳୟର ବ୍ୟାଣ୍ଡୱିଡଥ ବୃଦ୍ଧି, ଲୋଡ୍ ବଣ୍ଟନ ଓ ସଂଯୋଗର ଉଚ୍ଚ ଉପଲବ୍ଧତା ପାଇଁ ସେକେଣ୍ଡାରି ବ୍ୟାଣ୍ଡୱିଡଥ ଯୋଗାଇ ଦେବା ଯୋଜନା ରହିଛି । କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତିଯେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭୁବନେଶ୍ୱରରେ ଓଡ଼ିଶା ବିଶ୍ୱବିଦ୍ୟାଳୟର ଟେକ୍ନୋଲୋଜି ଏବଂ ଅନୁସନ୍ଧାନ ପ୍ରତିଷ୍ଠା କରାଯାଇଛି।

ଏହାସହିତ ଓଡ଼ିଶା ରାଜ୍ୟ ୱାଇଡ୍ ଏରିଆ ନେଟୱାର୍କ (ଓସ୍‌ୱାନ) ପ୍ରକଳ୍ପକୁ ଅପଗ୍ରେଡ କରିବା ପାଇଁ ଓଡିଶା କ୍ୟାବିନେଟ୍ ଅନୁମୋଦନ କରିଛି ଯେଉଁଥି ପାଇଁ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟକୁ ଏକ ମୌଳିକ ସୂଚନା ପ୍ରଯୁକ୍ତି ବିଦ୍ୟା ଭିତ୍ତଭୂମି ଯୋଗାଇଦେବା ପାଇଁ ଓସ୍‌ୱାନଏକ ଉଚ୍ଚାଭିଳାଷୀ ପ୍ରକଳ୍ପ, ଯାହା ତଥ୍ୟ, ଭିଡିଓ ଏବଂ ଭଏସ୍ ଟ୍ରାଫିକ ପରିବହନ ପାଇଁ ବ୍ୟବହାର କରାଯାଇଥାଏ । ରାଜ୍ୟ ମଧ୍ୟରେ ଆନ୍ତ ବିଭାଗୀୟ ଯୋଗାଯୋଗ ତଥା ତଥ୍ୟ ବଣ୍ଟନକୁ ଏହା ସହଜ କରିବ । 

Leave a Reply

Your email address will not be published.