ଶ୍ରୀ ଅରବିନ୍ଦ ମହିଳା ପାଠ ଚକ୍ର ସମ୍ମିଳନୀ ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ଶ୍ରୀ ଶ୍ରୀ ଅରବିନ୍ଦ ଙ୍କ 150 ତମ ପୂର୍ତ୍ତି ଅବସରରେ ଶ୍ରୀ ଅରବିନ୍ଦ ମହିଳା ପାଠ ଚକ୍ର ଆନୁକୁଲ୍ୟରେ ଆଜି ଠାରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ପ୍ରଥମ ଦୁଇ ଦିନିଆ ରାଷ୍ଟ୍ରୀୟ ଶ୍ରୀ ଅରବିନ୍ଦ ମହିଳା ପାଠ ଚକ୍ରର ସମ୍ମିଳନୀ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ 3000 ରୁ ଉର୍ଦ୍ଧ୍ବ ମହିଳା ମାନେ ଏହି ରାଷ୍ଟ୍ରୀୟ ସମ୍ମୀଳନୀରେ ଯୋଗ ଦେଇଛନ୍ତି। ପ୍ରଥମ ଅଧିବେଶନ ରେ ମହିଳା ଙ୍କ ସ୍ୱାସ୍ଥ୍ୟ ସମ୍ପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଫେସର୍ ବାଦଲ କୁମାର ମହାନ୍ତି ମହିଳାଙ୍କ ର ସ୍ୱାସ୍ଥ୍ୟ ଆଲୋଚନା ଚକ୍ରରେ ସଭାପତିତ୍ବ କରିଥିଲେ। ଡକ୍ଟର ଜୟନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଡକ୍ଟର ଜୟନ୍ତ ରବି, କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, ବିଧାୟକ ସୌଭିକ ବିଶ୍ଵାଳ, ଡକ୍ଟର ଶ୍ୟାମା କାନୁନଗୋ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପ୍ରଥମ ରାଷ୍ଟ୍ରୀୟ ଶ୍ରୀ ଅରବିନ୍ଦ ମହିଳା ପାଠ ଚକ୍ର ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ଅରବିନ୍ଦ ଙ୍କ ଦର୍ଶନ ଶାସ୍ତ୍ର ଓ ପରସ୍ପର ମଧ୍ୟରେ ପ୍ରେମ, ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ବ ଆରୋପ କରିଥିଲେ।ପ୍ରାରମ୍ଭରେ ଏକ ଆକର୍ଷଣୀୟ ମାର୍ଚ୍ଚ ପାଷ୍ଟ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଶ୍ରୀ ଅରବିନ୍ଦ ଙ୍କର ପାରମ୍ପାରିକ ସଙ୍ଗୀତ ପରିବେଷଣ କରାଯାଇଥିଲା। କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଏକ ପ୍ରଦର୍ଶନୀ କୁ ଉଦ୍ଘାଟନ କରିଥିଲେ। ଆସନ୍ତା କାଲି ରାଷ୍ଟ୍ରୀୟ ସମ୍ମିଳନୀ ଉଦଯାପିତ ହେବ।

Leave a Reply

Your email address will not be published.