ଆଦିବାସୀ ସଂସ୍କୃତିର ଯୁଗଜନ୍ମା ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବାରଙ୍ଗ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବାରଙ୍ଗ ବ୍ଲକ ଭାଲୁଙ୍କା ଶବର ସାହିଠାରେ ନୀଳମାଧବଙ୍କ ଅଦ୍ୟ ସେବକ ବିଶ୍ୱାବସୁ ଶବର ମହାରାଜାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଶବର ସମାଜର ସଂସ୍କୃତି, ଐତିହ୍ୟ, ଧାର୍ମିକ ବିଶ୍ୱାସର ସୁରକ୍ଷା ସଂରକ୍ଷଣ, ପୁନଃଉଦ୍ଧାର କରିବା ଉଦେଶ୍ୟରେରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସରକାରଙ୍କ କୋଭିଡ ନୀୟମାବଳିକୁ ମାନି ଆଦିବାସୀମାନେ ପାରମ୍ପରିକ ବେସାଭୂଷା ବାଦ୍ୟ ସହିତ ସାଂସ୍କୃତିକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ । ଶୋଭାଯାତ୍ରା ପରେ ସର୍ବଧର୍ମ ସମନ୍ୱୟ ମହସିଦ୍ଧ ନୀଳପଦ୍ମ ଆଶ୍ରମର ଅଧ୍ୟକ୍ଷ ତଥା ଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଟିକି ବାବାଙ୍କ ପୌରୋହିତ୍ୟରେ ପୂଜାର୍ଚନା କରି ନବ ନିର୍ମିତ ବିଶ୍ୱାବସୁ ଶବର ମହାରାଜାଙ୍କ ପ୍ରତିମୂର୍ତ୍ତିକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଶୁଭ ଉଦଘାଟନ କରିଥିଲେ ।

ଶବର ମହାରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଅଖିଳ ଭାରତୀୟ ଶବର ମହାସଂଘ ର ସଭାପତି ବାଳକୃଷ୍ଣ ଶବର, ଛତିଶଗଡ ଶବର ସମାଜର ମହାମନ୍ତ୍ରୀ ଓକିଲ ନାଗ, କେନ୍ଦ୍ରୀୟ ମହାମନ୍ତ୍ରୀ ସୌକିଲାଲ ଭୋଇ, ଜ଼ିଲ୍ଲା ଅଧ୍ୟକ୍ଷ ସୁରେଶ ମଲ୍ଲିକ, ବିଦ୍ୟାଧର ଦେହୁରୀ, ମୟୁର କବି ବାଳକୃଷ୍ଣ ନାଏକ, ଶରତ ନାଏକ, ପୂର୍ଣଚନ୍ଦ୍ର ନାଏକ, ଖାତି ନାଏକ, ଲକ୍ଷ୍ମୀଧର ବେହେରା, ମୁରଲୀଧର ନାୟକ, ପରମାନନ୍ଦ ବେହେରା, ଧ୍ରୁବ ଚରଣ ନାୟକ, କେଦାର ନାୟକ, ନିରଞ୍ଜନ ମାଝି, ପୂର୍ଣଚନ୍ଦ୍ର ନାଏକ, ଜୟରାମ ଶବର, ବନଳତା ମାଝି, ଗୁଣନିଧି ବର୍ଗେ, ଲଳିତ ମଲ୍ଲିକ, ମେନାରାମ ବିଶି, ସରୋଜ କୁମାର ପୂଝlରୀ, ଦେବରାଜ ଭୋଇ, ଜଗନ୍ନାଥ ଗଣିତ, ମୋହନ ମଲ୍ଲିକ, ନରେଶ ଭୋଇ, ନାରଦ ଭୋଇ, ସୁରେଶ ମଲ୍ଲିକ ଓ ପୃଥ୍ଵୀରାଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶବର ମହାରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଆଦିବାସୀ ସଂସ୍କୃତି, ଆଦିବାସୀ ଐତିହ୍ୟ, ବିଶ୍ୱାବସୁ ଶବର ସଂସ୍କୃତି, ପ୍ରଥା ପରମ୍ପରା, ରୀତିନୀତି, ଶିକ୍ଷା ଦୀକ୍ଷା, ସାମାଜିକ, ଅର୍ଥନୈତିକ, ରାଜନୈତିକ ବିକାଶ ଦିଗରେ ଭାରତ ର ଆଦିବାସୀ ସମାଜ ଏକଜୁଟ ହୋଇ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ପ୍ରସ୍ତାବ କରାଯାଇଥିଲା ।

Leave a Reply

Your email address will not be published.