ଏବେବି ବଞ୍ଚିଛି ଆମ କଳା ସଂସ୍କୃତି ଓ ଈଶ୍ୱର ଭକ୍ତି, ରାତିସାରା ଉଜାଗର ହୋଇ ଭକ୍ତ ନେଉଛନ୍ତି ରାମନାମ

ପୁରୀ, (ନାଗରାଜ ନ୍ୟୁଜ): ଗତକାଲି ରାତିରେ ପୁରୀ ବଡୁମହାପାତ୍ର ଜାଗାରେ ହେଉଛି ଚବିଶ ପ୍ରହର ନାମଯଜ୍ଞ । ଏଥିରେ ଦଶଗୋଟି କୀର୍ତନମଣ୍ଡଳୀ ଭାଗଣେଇଛନ୍ତି। ରାତିସାରା ରାମନାମ ରେ ପ୍ରକମ୍ପିତ ହେଉଛି ପୁରୀସହର । ସାହିର ପୁରୁଷ ଓ ମହିଳା ସମସ୍ତେ ଉଜାଗର ହୋଇ ନାଚୁଛନ୍ତି। ସାଧାରଣରେ ଯେଉଁ ଚର୍ଚ୍ଚା ହେଉଛି ଆଜିର ପିଲାମାନେ ଭୁଲିଗଲେ କଳା ସଂସ୍କୃତି ପରମ୍ପରା, ଏହାଭାବିବା ଭୁଲ ବୋଲି ସହରରେ ଉଜାଗର ହୋଇ ରାମନାମ ନେଉଥିବା ସାହିବାସିନ୍ଦା ମାନଙ୍କଠାରୁ ଶିଖିବା ଦରକାର।

Leave a Reply

Your email address will not be published.