ପୁରୀ ସମୁଦ୍ର କୁଳରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସମୁଦ୍ର କୁଳ ରେ ଅଘଟଣ । ସମୁଦ୍ର ରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ । ସେଥି ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ଜଣେ ନିଖୋଜଙ୍କୁ ଖୋଜା ଚାଲିଛି । ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଲେ ନିଶାନ୍ତ ଗୋୟଲ ଓ ହିମାଂଶୁ କୁମାର । ଏହି ଦୁଇ ପର୍ଯ୍ୟଟକ ହେଉଛନ୍ତି ଝାଡ଼ଖଣ୍ଡ ର ଦୁଲତିନଗାଁଞ୍ଜା ଅଂଚଳର । ଉଚ୍ଚ ଜୁଆର ଯୋଗୁ ପର୍ଯ୍ୟଟକ ମାନେ ସମୁଦ୍ର ଗାଧୋଇବା ବେଳେ ପାଣି ଭିତରକୁ ଚାଲି ଯାଇଥିଲେ । ତେବେ ବିଚରେ ଥିବା ଲାଇଫ ଗାର୍ଡ ମାନେ ଉଧାର କରିଥିଲେ । ତେବେ ନିଖୋଜ ଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ବାଲେଶ୍ଵର ର ବଂଶୀଧର ବେହେରା ।

Leave a Reply

Your email address will not be published.