କରଜ ଟଙ୍କା ଆଦାୟ କରିବାକୁ ଗଲାବେଳେ ବୃଦ୍ଧଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ

କଟକ, (ନାଗରାଜ ନ୍ୟୁଜ): କରଜ ଟଙ୍କା ଆଦାୟ କରିବାକୁ ଗଲାବେଳେ ବୃଦ୍ଧଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ । ନରସିଂହପୁର ବୁଢାବୁଢ଼ି ଘାଟିରେ ଅଘଟଣ । କରଜ ଟଙ୍କା ଆଦାୟ କରିବାକୁ ଯିବା ସମୟରେ ବୃଦ୍ଧଙ୍କୁ ଛୁରି ଭୁସୀ ୬ ହଜାର ଲୁଟ । ଗୁରୁତର ବୃଦ୍ଧ ଅନୁଗୁଳ ଜିଲ୍ଲା ବନ୍ତଳା ତଳଗଡ଼ ଗାଁର ଉମେଶ ଦେହୁରୀ । କରଜ ଟଙ୍କା ଆଦାୟ କରିବାକୁ ଆଠଗଡ଼ ଯାଉଥିବାସମୟରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ନଗଦ ୬ ହଜାର ଟଙ୍କା ମଧ୍ୟ ଛଡାଇ ନେଇ ଆକ୍ରମଣ କରିଥିଲେ । ବୃଦ୍ଧଙ୍କୁ ଉଦ୍ଧାର କରି ନରସିଂହପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ନରସିଂହପୁର ଥାନା ପୋଲିସ ଘଟଣାସ୍ଥଳରେ ଆସି ପ୍ରାଥମିକ ତଦନ୍ତ କରିଛି ।

Leave a Reply

Your email address will not be published.