ଟ୍ରେନିଂ ପାଇଁ ପିଲାଙ୍କୁ ନେଇ ଯାଉଥିବା ବସକୁ ଅଟକ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଠାରେ ବନ୍ଦର ହେବାକୁ ନେଇ ସରକାର ଓ ଟାଟା କମ୍ପାନୀ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଟାଟା କମ୍ପାନୀ ବାଲିଆପାଳରେ ପ୍ରଥମେ ଜମି ହରାଇଥିବା ପରିବାର ମଧ୍ୟରୁ ଜଣକୁ ଚାକିରି ଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ । କିନ୍ତୁ କେତେକ ଯୋଗ୍ୟ ପିଲାଙ୍କୁ ଚୟନ କରି ଆଜି ଗୋଟିଏ ବସରେ ୩୦ ଜଣ ପିଲାଙ୍କୁ ଟ୍ରେନିଂ ନିମନ୍ତେ ଜାମସେଦପୁର ନେଉଥିବା ବେଳେ ବାଲିଆପାଳ ଶିକ୍ଷିତ ବେକାରୀ ସଂଘ ପକ୍ଷରୁ ବସ୍ ରୋକାଯାଇଥିଲା । ବାଲିଆପାଳ ବ୍ଲକ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ଟ୍ରେନିଂ ପାଇଁ ନେବାକୁ ସଂଘ ଜିଦ୍ ଧରିଥିଲା । କିନ୍ତୁ ସେହି ବସରେ ବସ୍ତା ପିଲାମାନେ ରହିଥିବାରୁ ସ୍ଥାନୀୟ ଯୁବକମାନେ ଅଧିକ ଉତ୍ତେଜିତ ହୋଇଥିଲେ । ଫଳରେ ଟାଟା ଅଧିକାରୀ ଓ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ବଚସା ଓ ଉତ୍ତେଜନା ଲାଗି ରହିଥିଲା । ଖବରପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା ।

Leave a Reply

Your email address will not be published.