ନାମାଙ୍କନ ପତ୍ର ଦାଖଲ, ତୃତୀୟ ଦିନରେ ଅଧିକ ଥିଲେ ମହିଳା ପ୍ରାର୍ଥୀ

ପୁରୀ, (ନାଗରାଜ ନ୍ୟୁଜ ): ଆଜି ପୁରୀ ଜିଲ୍ଲାର ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳଙ୍କ ନିକଟରେ ୫୦ରୁ ଉର୍ଦ୍ଧ୍ବ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲ ତୃତୀୟ ଦିନରେ ୫୦ ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିଲା । ଆଜି ପୁରୀ ଜିଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଭବତ ଚରଣ ସାହୁ ଦିନ ୧୧ଟା ରୁ ଅପରାହ୍ନ ୪ଟା୩୦ ପର୍ଯ୍ୟନ୍ତ ସୁରୁଖୁରୁରେ ନିଜର କାର୍ୟ୍ୟ ସମ୍ପାଦନ କରିଥିଲେ । ୩ଟାରେ ବନ୍ଦ ହେବାର ଥିଲେ ମଧ୍ୟ ଦୂରଦୂରାନ୍ତରୁ ଆସିଥିବା ପ୍ରାର୍ଥୀମାନେ ହଇରାଣ ନହେବା ପାଇଁ ନିର୍ବାଚନ ଅଧିକାରୀ ନିଜେ ବସି ସମସ୍ତ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଗ୍ରହଣ କରିଥିଲେ । ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କିନ୍ତୁ କୋଭିଡ ଗାଇଡଲାଇନ ଅନୁସାରେ ଭିତରକୁ କାହାରିକୁ ଛଡ଼ାଯାଇନଥିଲା । କଂଗ୍ରେସ, ବିଜେପି, ବିଜେଡି, କମ୍ୟୁନିଷ୍ଟ, ଆମ ଆଦମୀ ପାର୍ଟି, ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ସମସ୍ତ ଦଳ ଅପେକ୍ଷା ଆମ ଆଦମୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.