କ୍ୟାପିଟାଲ ହସ୍ପିଟାଲରେ କୋଭିଡ ଭୟ, ୪୦ ଜଣ ଡାକ୍ତର କରୋନା ସଂକ୍ରମିତ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ବି କରୋନା କାୟା ବିସ୍ତାର କରିବାରେ ଲାଗିଛି । ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ଘରେ ସଙ୍ଗୋରୋଧରେ ରହିଥିବା ବେଳେ ବାକି ୧୦ ଜଣ ହସ୍ପିଟାଲରେ ସଙ୍ଗରୋଧରେ ରହିଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ପ୍ରତ୍ୟେକ ଦିନ ୭ରୁ ୮ ଜଣ କରୋନାରେ ସଂକ୍ରମିତ ହେଉଛନ୍ତି । ସେପଟେ ହସ୍ପିଟାଲରେ ମୋଟ ୧୬ଶହ ରୁ ୨ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୪୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ ହସ୍ପିଟାଲ କାର୍ୟ୍ୟରେ ପ୍ରଭାବିତ ହେଉଛି । ବର୍ତ୍ତମାନ କମ୍ ଓପିଡିକୁ ସକାଳ ସମୟରେ ଏକ ଘଣ୍ଟା ବଢାଇ ଦିଆଯାଇଥିବା ଜଣାପଡିଛି । ଏହାସହିତ ୨୪ ଘଣ୍ଟା ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

Leave a Reply

Your email address will not be published.