ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତାରେ ସଫଳତା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଜନତା ମହାବିଦ୍ୟାଳୟ +୩ ଏକ ବର୍ଷ କଳା ଛାତ୍ରୀ ରୋସନି ବେଗମ ଚଳିତ ବର୍ଷ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତା ରେ ୬୦ କେଜି ଯଏଣ୍ଟ ପାଇଟରେ ବ୍ରୋଞ୍ଚ ପଦକ ତୃତୀୟ ସ୍ଥାନ ହାସଲ କରିଥିବା ରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପୁଷ୍ପଗୁଚ୍ଛ ସହ ପଦକ ପ୍ରଦାନ କରିଥିଲେ। ଏହି ସଫଳ ନିମନ୍ତେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଅଧକ୍ଷମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇପାରିଛି। ଏହି ପ୍ରତିଯୋଗିତା ଉତ୍ତର ପ୍ରଦେଶର ଭିବିଏସ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଜୋନପୁର ଠାରେ ୨୦ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରୁ ଢେଙ୍କାନାଳ ଜିଲ୍ଲାର ଦୁଇ ଜଣ ପ୍ରତିଯୋଗୀ ମହିଳା ଏବଂ ୨ ଜଣ ପୁରୁଷ ପ୍ରତିଯୋଗିତା ରେ ଅଶଂ ଗ୍ରହଣ କରିଥିଲେ।

Leave a Reply

Your email address will not be published.