ଢେଙ୍କାନାଳ ସିଦ୍ଧ ବଳଦେବଜୀଉଙ୍କ ପାର୍ଶ୍ଵରେ ଥିବା ରାମମନ୍ଦିରରେ ରାମଙ୍କ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଉତ୍ସବ, ପବିତ୍ର ଶ୍ରୀ ରାମନବମୀ ଉପଲକ୍ଷେ ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ପାର୍ଶ୍ଵରେ ଥିବା ରାମ ମନ୍ଦିର ରେ ଆଜି ରାମନବମୀ ବା ରାମଙ୍କ ଜନ୍ମ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା । ରୂପା ଓ ସୁନା ଅଳଙ୍କାର ପ୍ରଭୂଙ୍କୁ ଲାଗି କରାଯାଇଥିଲା।ବାଳ ଭୋଗ ଲାଗି କରାଯାଇଥିଲା। ହନୁମାନ ଚାଳିଶା ପଠନ କରାଯାଇଥିଲା। ମଧ୍ୟାହ୍ନ ବେଳେ ରାମ ଅଭିଷେକ ପୂଜା ଓ ୧୦୦୮ ତୁଳସୀ ଲାଗି କରାଯାଇଥିଲା ମଧ୍ୟାହ୍ନ ଧୂପ ରେ ଅନ୍ନ,ଖେଚୋଡି, ଡାଲି , ତରକାରୀ , କ୍ଷୀରି, ଖଟା କାକେରା, ମାଲପୁଆ ଓ ମିଷ୍ଟାନ୍ନ ଭୋଗ ଲାଗି କରାଯାଇଥିଲା। ଭକ୍ତମାନେ ଫୁଲ,ଫଳ,ତୁଳସୀ ଭୋଗ ନେଇ ମନ୍ଦିରରେ ଭିଡ ଲାଗିଥିବା ବେଳେ ପୂଜକ ମନସୁମନ ମିଶ୍ର,ମଳୟ କର, ପାଳିଆ ସେବକ ସମ୍ଭୁନାଥ ମହାପାତ୍ର,କାହାଳିଆ ଟିକନ ବେହେରା ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଉପସ୍ଥିତିରେ ଏହି ରାମ ଜନ୍ମ ଉତ୍ସବ ପାଳନ କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତି ରାତ୍ରଧୂପ ଓ ପହଡ଼ ନିତି ଅନୁଷ୍ଠିତ ହେବ।

Leave a Reply

Your email address will not be published.