ସଫ୍ଟଓ୍ବେୟାର ଇଞ୍ଜିନିୟରରୁ ସାଜିଲେ ସଫଳ ମାଛ ଚାଷୀ, ଯୁବପିଢିମାନଙ୍କୁ ନୂଆ ଦିଗ ଦେଖାଇଲେ ସୁବ୍ରତ

କଟକ, (ନାଗରାଜ ନ୍ଯୁଜ): ଦିନେ ବିଦେଶୀ କମ୍ପାନୀଗୁଡ଼ିକ ପାଇଁ ସଫ୍ଟଓ୍ବେୟାର ଡିଜାଇନ୍ କରୁଥିବା ଯୁବ ସଫ୍ଟଓ୍ବେୟାର ଇଞ୍ଜିନିୟର ଏବେ ପାଲଟିଛନ୍ତି ଜଣେ ସଫଳ ମାଛ ଚାଷୀ । କଟକର ଏହି ସଫଳ ମାଛ ଚାଷୀ ହେଲେ ସୁବ୍ରତ ମହପାତ୍ର ।

କୋଭିଡ କାଳରେ ସବୁ କିଛି ହୋଇ ଯାଇଛି ପରିବର୍ତ୍ତନ । ନିଯୁକ୍ତି ଠୁ ଆରମ୍ଭ କରି ମଣିଷର ଚାଲି ଚଳଣି ସବୁ କିଛି ହୋଇ ଯାଇଛି ପରିବର୍ତ୍ତନ । ଏହାରି ମଧ୍ୟରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟରରୁ ପାଲଟି ଯାଇଛନ୍ତି ସଫଳ ମାଛ ଚାଷୀ । ଦିନେ ବିଦେଶୀ କମ୍ପାନୀଗୁଡ଼ିକ ପାଇଁ ସଫ୍ଟୱେର ଡିଜାଇନ୍ କରୁଥିବା ଯୁବ ସଫ୍ଟୱେର ଇଞ୍ଜିନିୟର ଏବେ ପାଲଟିଛନ୍ତି ଜଣେ ସଫଳ ମାଛ ଚାଷୀ । ମାଛ ଚାଷ ପାଇଁ ତାଙ୍କର ବି.ଟେକ ଇଞ୍ଜିନିୟରିଂ ବିଦ୍ୟା ବ୍ୟବହାରରେ ଆସୁନାହିଁ ସତ କିନ୍ତୁ ନିଜ ଘରେ କରୁଛନ୍ତି ମାଛ ଚାଷ । କଟକର ଏହି ସଫଳ ମାଛ ଚାଷୀ ହେଲେ ସୁବ୍ରତ ମହପାତ୍ର ।

ଚାଷ ଏହା ଏପରି ଏକ କ୍ଷେତ୍ର, ଯାହା ଆମ ଦେଶର ମେରୁଦଣ୍ଡ । କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ଏହି କ୍ଷେତ୍ରରେ କାମ କରିବା ଲାଗି ଅନେକ ଲୋକ କୁଣ୍ଠାବୋଧ କରନ୍ତି । ଖାସ କରି ଯୁବପିଢି । ହେଲେ ଚାଷକୁ ନେଇ ଥିବା ଏହି ଧାରଣା ଏବେ ବଦଳି ଯାଇଛି । କାରଣ ନୂଆ ଜ୍ଞାନ କୌଶଳରେ ଚାଷ ଯୋଗୁଁ ଏଥିରୁ ଉପାର୍ଜିତ ହେଉଥିବା ଅର୍ଥ ଏବେ ଅନେକଙ୍କୁ ଆକୃଷ୍ଟ କରୁଛି । ଏହାର ଏକ ନିଛକ ଉଦାହରଣ ପାଲଟିଛନ୍ତି କଟକ ପୁଅ ସୁବ୍ରତ ମହାପାତ୍ର । ସଫ୍ଟଓ୍ବେୟାର ଇଞ୍ଜିନିୟରିଂକୁ ନିଜ ପେସା କରିସାରିଥିବା ସୁବ୍ରତ ଏବେ ପେସା ପରିବର୍ତ୍ତନ କରି ପାଲଟି ଯାଇଛନ୍ତି ମାଛଚାଷୀ । ବିଜ୍ଞାନ ଆଧାରିତ ଜ୍ଞାନ କୌଶଳକୁ ବ୍ୟବହାର କରି ନିଜ ଘରକୁ ଲାଗି କରିଥିବା ଜାଗାରେ କରିଛନ୍ତି ନିଜସ୍ବ ମାଛ ଉତ୍ପାଦନ କେନ୍ଦ୍ର । ତିନିଟି କୃତିମ ପୋଖରୀରେ ବିଭିନ୍ନ ପ୍ରଜାତିର ମାଛଚାଷ କରି ବେଶ ଲାଭବାନ ହୋଇପାରିଛନ୍ତି । ବିଶେଷକରି ଦେଶୀ ଓ ରଙ୍ଗୀନ ମାଛ ଚାଷ କରି ଏବେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ସେ । ନିଜର ଉଦ୍ୟମରେ ଏହି ମାଛ ଚାଷରେ ସଫଳ ହେଉଛନ୍ତି ସୁବ୍ରତ ।

କୋଭିଡ ପାଇଁ ସଫ୍ଟଓ୍ବେୟାର କାରବାର ଗୁରୁତର ଭାବେ ପ୍ରଭାବିତ ହେବାପରେ, ଏଥିରେ ଭବିଷତ ନଥିବା ଉପଲବ୍ଧି କରି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସୁବ୍ରତ । ଫଳସ୍ବରୂପ ଗତବର୍ଷ ୟୁଟ୍ୟୁବରୁ ‘ବାୟୋଫ୍ଲକ’ ପ୍ରଣାଳୀରେ ମାଛଚାଷର ଧାରଣା ପାଇ ସେ ନିଜ ବୃତ୍ତିକୁ ବଦଳାଇଥିଲେ । ମାଛଚାଷ ସହ ଏବେ ଅର୍ଗାନିକ ଫାର୍ମିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ସୁବ୍ରତ । ତାଙ୍କର ଏହି ନୁଆ ପେସା ପାଇଁ ପରିବାର ଲୋକଙ୍କ ଦୃଢ ସମର୍ଥନ ତାଙ୍କ ପ୍ରତି ରହିଛି ।


କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.