ଅସହ୍ୟ ମଶା ଉପଦ୍ରବ ପାଇଁ ପୌର ନିଗମର ଅପାରଗତା ବିରୁଦ୍ଧରେ ଏସୟୁସିଆଇ (ସି) ସିଏମସି ସମ୍ମୁଖରେ ବିକ୍ଷୋଭ

କଟକ,(ନାଗରାଜ ନ୍ୟୁଜ): ଅସହ୍ୟ ମଶା ଉପଦ୍ରବରେ ସହର ବାସି ଅତିଷ୍ଠ ହୋଇଗଲେଣି। ସିଏମସିର ଅପାରଗତା ବିରୁଦ୍ଧରେ ଏସ୍ ୟୁ ସି ଆଇ (ସି) ପକ୍ଷରୁ ପୌର ନିଗମ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବିକ୍ଷୋଭ ସ୍ଥଳ ପ୍ରତିବାଦ ସଭାରେ ବିକ୍ଷୋଭକାରୀମାନେ କହିଛନ୍ତି ଯେ ଦିର୍ଘ ସମୟ ଧରି କଟକ ମହାନଗର ନିଗମର ଅଚଳାବସ୍ଥା ଲାଗିରହିଥିଲା। ପୌର ନିଗମର ବିନା ନିର୍ବାଚି ପ୍ରତିନିଧିରେ ଚାଲିଥିଲା। ଦିର୍ଘ ବ୍ୟବଧାନ ପରେ ଶାସକ ଦଳ ନିର୍ବାଚନ ଘୋଷଣା କରି ପ୍ରତିଶ୍ରୁତି ଦେଇଥିଲେ ସହରର ପରିମଳ ବ୍ୟବସ୍ଥା ସୁଧାର କରି ଲଣ୍ଡନ ସହରରେ ପରିଣତ କରିବେ। ସହରରୁ ମଶା ବଂଶ ଲୋପ୍ କରିବେ। ନିର୍ବାଚିତ ହୋଇ ପୌର ନିଗମ ଗଢିବା ଦିନରୁ ଆଜି ପର୍ୟ୍ଯନ୍ତ ଅଚଳାବସ୍ଥା ଦୁର ହବାତ ଦୁରର କଥା ପରିମଳ ସମସ୍ୟା ଓ ମଶା ବୃଦ୍ଧି ବହୁଗୁଣିତ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।ନିଗମର ଯେଉଁଟା କାମ ତାହା ନକରି ପେଟ ପାଟଣା ପାଇଁ ରହୁ ଥିବା ବସ୍ତି ବାସିନ୍ଦା ଓ ଗରିବ ଉଠା ଦୋକାନୀମାନଙ୍କ ଉପରେ ଅମାନବୀୟ ଆଚରଣ କରୁଛନ୍ତି। ମଶା ନିରାକରଣ ପାଇଁ ଯାହା ସବୁ କରଣୀୟ ତାହା ପୌର ନିଗମ ଛାଡି ଦେଇଛି। ନିଗମର ଏହି ପ୍ରକାର ଅପାରଗତା ବିରୁଦ୍ଧରେ ଏସ୍ ୟୁ ସି ଆଇ (ସି) ପକ୍ଷରୁ କଟକ ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି।

ଏହି ମର୍ମରେ ସିଏମସି କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଏକ ସପ୍ତାହ ମଧ୍ୟରେ ମଶା ନିରାକରଣ ବ୍ୟବସ୍ଥା ନକଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଏସ୍ ୟୁ ସି ଆଇ (ସି) ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସଙ୍କ ନେତୃତ୍ବରେ ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ବବି ବଳବନ୍ତ ରାୟ, ସିଦ୍ଧାର୍ଥ ରଥ, ସୌଭାଗ୍ୟ ସାମଲ, ଦିପକ ଦାସ, ତରୁଣସେନ ନାୟକ, ଇଶା ଧର, ପାଭେଲ ପ୍ରିୟଦର୍ଶନ, ସୁଭସ୍ମିତା ସାହୁ, ଅକ୍ଷୟ ରାଉଳ, ସ୍ୱାଧିନୀ ବେହେରା,ପ୍ରତାପ ଚନ୍ଦ୍ର ମିଶ୍ର, ସିପ୍ରା ମହାନ୍ତ ପ୍ରମୁଖ ବିକ୍ଷୋଭରେ ଉପସ୍ଥିତ ଥିଲେ। ଏଠାରେ ଉଲେଖ ଯୋଗ୍ୟ ମଶା ଉତ୍ପତ୍ତି ରୋକିବାକୁ ପୂର୍ବରୁ ମଶା ତେଲ ଦୁର୍ନିତୀ ଓ ଟିଫା ମେସିନ୍ ରେ କିରୋସିନରେ ଧୁଆଁ ଦେବା ଦୁର୍ନିତୀ ପଦାରେ ପଡିଛି। ବର୍ତ୍ତମାନ ମଶା ଉତ୍ପତ୍ତି ବନ୍ଦ କରିବା ପାଇଁ ଯାହା କରିବା ଦରକାର ତାହା ସଂପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଛି। ସମସ୍ତ ଓ୍ୱାଡ୍ ରେ ମଶା ତେଲ ପଡିବା, ଧୁଆଁ ଦେବା, ବସ୍ କଟିଙ୍ଗ କରିବା ବନ୍ଦ କରିଦିଆଯାଇଛି। ସମସ୍ତ ଓ୍ୱାଡ୍ କୁ ଘରୋଇ ସଂସ୍ଥା ହାତରେ ଟେକି ଦେଇ ସିଏମସି ହାତ ଖାଲି କରି ବସିଛି।

Leave a Reply

Your email address will not be published.