ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ସୁମିତ-ତପସ୍ୱନି

କଟକ, (ନାଗରାଜ ନ୍ୟୁଜ): ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱନି। ପାରିବାରିକ ବିବାଦର ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ପାଇଁ ମାର୍ଚ୍ଚ ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆଜି ଆଇନ ସେବା ଭବନରେ ପୂର୍ବାହ୍ନ ୧୧ ଟା ପରେ ପହଞ୍ଚିଥିଲେ ସୁମିତ ଓ ତପସ୍ୱିନୀ। ମେଡିଏସନ ସେଣ୍ଟରରେ ଆରମ୍ଭ ହୋଇଥିଲା ଆପୋଷ ବୁଝାମଣାର ପ୍ରକ୍ରିୟା। ଦୀର୍ଘ ତିନି ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିବା ପରେ ଶେଷ ହୋଇଥିଲା ପ୍ରଥମ ପର୍ଯ୍ୟାୟର ମେଡିଏସନ। ଆଲୋଚନା ସକାରାତ୍ମକ ରହିଥିବା ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ। କିଛି ଭଲ ହେବ ବୋଲି ଆଶା ରଖିଥିବା କହିଛନ୍ତି ତପସ୍ୱିନୀ। ଅନ୍ୟପଟେ ନ୍ୟାୟାଳୟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ଆସିଥିଲି, କୋର୍ଟରେ ମାମଲା ବିଚରାଧିନ ରହିଛି ତେଣୁ କଣ ଆଲୋଚନା ହେଲା ପ୍ରକାଶ କରି ହେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁମିତ। ତପସ୍ୱିନୀ ଯାହା ପ୍ରତିକ୍ରିୟା ରଖିଛନ୍ତି ତାହା ତାଙ୍କ ନିଜସ୍ଵ ମତ ବୋଲି କହିଛନ୍ତି ସୁମିତ।

ଆଜି ପ୍ରଥମ ପର୍ଯ୍ୟାୟର ମେଡିଏସନରେ ସେଭଳି କୌଣସି ନିଷ୍କର୍ଷ ବାହାରି ପାରି ନ ଥିବା ବେଳେ ଆଗକୁ ଉଭୟ ଏକାଠି ହେବାର ଏକ ସମ୍ଭାବନା କାଉଁନସିଲର ଅନୁଭବ କରି ଆସନ୍ତା ୧୧ ତାରିଖରେ ପୁଣି ଉଭୟଙ୍କୁ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ ଦ୍ଵିତୀୟ ପର୍ଯ୍ୟାୟର ମଧ୍ୟସ୍ଥତା ପ୍ରକ୍ରିୟା। ଆସନ୍ତା ୧୩ ତାରିଖରେ ହାଇକୋର୍ଟରେ ହେବ ମାମଲାର ପରବର୍ତ୍ତୀ ଶୁଣାଣୀ।

Leave a Reply

Your email address will not be published.