ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତର ପେଟ୍ରୋଲ ପମ୍ପ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ୩୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ଭୁବନ ଗ୍ରାମର ୱାର୍ଡ ନଂ ୧୪ର ବିଶ୍ୱନାଥ ପାତ୍ରଙ୍କ ପୁତ୍ର ଉଦ୍ଧବ ପାତ୍ର । ଉଦ୍ଧବ ଘରୁ ୮.୩୦ ସମୟରେ ବାହାରିଥିଲେ । ପରେ ଲୋକମାନେ ୯.୩୦ ସମୟରେ ମନ୍ଦାର ପେଟ୍ରୋଲ ପମ୍ପ ନିକଟରେ ଥିବା ମା ମଙ୍ଗଳାଙ୍କ ମନ୍ଦିର ପରୀଷରରେ ଯୁବକ ଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ।  ଗଁଦିଆ ପୋଲିସ ତଦନ୍ତ ଜାରି ରଖିଛି । ଉଦ୍ଧବଙ୍କ ମୃତ୍ୟୁକୁ ନେଇ ଦଶରଥ ବେହେରାଙ୍କୁ ସନ୍ଦେହ କରୁଥିବା କହିଛନ୍ତି ମୃତ ଯୁବକଙ୍କ ମା ଦମୟନ୍ତୀ ପାତ୍ର ।

Leave a Reply

Your email address will not be published.