ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ସ୍ଵାଧୀନ କୁମାର ନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ସ୍ଵାଧୀନ କୁମାର ନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ।୩୩ ଆସନ ବିଶିଷ୍ଟ ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡି ଏକାକୀ ୩୦ ଓ ବିଜେପି ମାତ୍ର ୩ ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିଲା।ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୯ ନଂ ଜୋନର ଶ୍ରୀମତୀ ସ୍ବପ୍ନାରାଣୀ ସ୍ବାଇଁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସପକ୍ଷରେ ୩୦ ଜଣ ମତଦାନ କରିଥିଲେ । ତାଙ୍କ ବିପକ୍ଷରେ ୩୨ ନଂ ଜୋନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥିନୀ ଶ୍ରୀମତୀ ବିଷ୍ଣୁପ୍ରିୟା ବରାଳ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ତିନି ଖଣ୍ତ ଭୋଟ ପାଇଥିଲେ।ଆଜି କିନ୍ତୁ ଉପାଧ୍ୟକ୍ଷ ଭାବେ ସ୍ଵାଧୀନ କୁମାର ନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି।ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published.