ଦେଓଗାଁ ପଞ୍ଚାୟତରେ ପ୍ରଥମ ଥର ସଂଯୋଜନା ଦିବସ ପାଳନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ରେ ପାଳିତହୋଇଛି ସଂଯୋଜନା ଦିବସ l ଦେଓଗାଁ ଗ୍ରାମ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତ ରେ ପରିଣିତ କରିବା ଉଦେଶ୍ୟ ରେ ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ ଏହି କାଯ୍ୟକ୍ରମ ଟି ଆୟୋଜିତ କରିଥିଲେ l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ ଯୋଗଦେଇଥିଲେ l ଏବଂ ସେହିପରି ଦେଓଗାଁ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ପିଙ୍କି ପତି, କପିଳାସ ବନାଞ୍ଚଳ ଅଧିକାରୀ, ଦେବତର ବିଭାଗର ଅଫିସର, ବାବା ଚନ୍ଦ୍ରଶେଖର ଜିଉ ଙ୍କ ର ସେବାୟତ ମାନେ ଏବଂ ପଞ୍ଚାୟତ ରେ ଥିବା ସମସ୍ତ ସରକାରୀ କର୍ମଚାରୀ ମାନେ ଯୋଗଦେଇଥିଲେ l ଏହି ସଂଯୋଜନା ଦିବସ ର ମୁଖ୍ୟ କାମ ଥିଲା ସମସ୍ତେ ସମସ୍ତଙ୍କୁ ପରିଚୟ ପ୍ରଦାନ, ଯାହା ଫଳରେ ସମସ୍ତଙ୍କର ସୁବିଧା ଓ ଅସୁବିଧା ସିଧାସଳଖ ଆଲୋଚନା କରିହବ ଏବଂ ସମସ୍ତ ସରକାରୀ ଯୋଜନା ଗୁଡିକ କିପରି ସଠିକି ଭାବରେ ସମସ୍ତଙ୍କୁ ମିଳିବ, ପଞ୍ଚାୟତ ରେ ସମସ୍ତେ ଭାଇଚାରା ରେ ରହିବେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.