ସ୍ୱର୍ଗତ ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ, କଦଳୀ ଦଳ ବିଜୟୀ

ବଲାଙ୍ଗୀର, (ନାଗରାଜ ନ୍ୟୁଜ ): ସ୍ୱର୍ଗତ ନରହରି ଧରୁଆ ମେମୋରିଆଲ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଯେଉଁଥିରେ ବେଲପଡ଼ା ପତରାପାଲି କ୍ରିକେଟ ଦଳ ରନର୍ସଅପ କଦଳୀ କ୍ରିକେଟ ଦଳ ବିଜୟୀ ଲାଭ କରିଛନ୍ତି । ତିନି ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ୧୬ଟି କ୍ରିକେଟ ଦଳ ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ପ୍ରତିଷ୍ଠାତା ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ । କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ଯୋଗଦେଇ ବିଜୟୀ ଦଳ ରନର୍ସ ଅପ ଦଳ, ଚମ୍ପିୟାନ, ମେନ ଅଫ ଦି ମ୍ୟାଚ ଲକ୍ଷ୍ମଣ, ମେନ ଅଫ ଦି ସିରିଜ ଥବିର, ସ୍କୋରର ରଞ୍ଜନ ପ୍ରଧାନ ଖେଳାଳୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ପାଇଁ ଅମ୍ପେୟାର ଭାବରେ ଶ୍ରୀକାନ୍ତ ପୋଢ଼ ଏବଂ ପ୍ରଶାନ୍ତ ରାଣାଙ୍କୁ ଖେଳାଳି ଏବଂ ଦର୍ଶକ ପ୍ରଶଂସା କରିଥିଲେ । ବଳ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଶି ଗ୍ରାମାଞ୍ଚଳର ଖେଳ ପ୍ରତିଭା ସମ୍ପୂର୍ଣ୍ଣ ଯୁବକ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, କ୍ରୀଡା ପ୍ରେମୀ ପ୍ରଦୀପ ବେହେରା, ଅକ୍ଷୟ ବେହେରା, କୁନା ବେହେରା, ହିରାଚନ ଗଇନ୍ତା, ନୀଳକଣ୍ଠ ବେହେରା, ସଂକୀର୍ତନ ପୋଢ଼, ନିଧି ମାଝି ଓ ପ୍ରସନ୍ନ ଧରୁଆ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published.