ବିଶ୍ୱମ୍ବର ବିଦ୍ୟାପୀଠର ଦ୍ୱିତୀୟ ସନ୍ଧ୍ୟାରେ ଯୋଗଦେଲେ ରାଜ୍ୟପାଳ

ପୁରୀ, (ନାଗରାଜ ନ୍ୟୁଜ ): ଆଜି ବିଶ୍ୱମ୍ବର ବିଦ୍ୟାପୀଠରେ ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ । ଏହାସହ କିଛି ବାର୍ତ୍ତା ମଧ୍ୟ ଜନସାଧାରଣଙ୍କୁ ଦେଇଛନ୍ତି । ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ପ୍ରଭୁ ଶ୍ରୀ ଜଗନାଥଙ୍କ ଠାରେ ସମାହିତ । ପ୍ରଭୁ ଯଦି ନିଜେ ପାଞ୍ଚ ଭୁତ ତେବେ ପଞ୍ଚଭୁତରେ ଗଢ଼ା ଆମ ଶରୀର । ତାଙ୍କର ହିଁ ଅଂଶ ବିଶେଷ ତେଣୁ ଏଠାରେ ପାତର ଅନ୍ତର ପ୍ରଶ୍ନ ହିଁ ନାହିଁ । ବ୍ରହ୍ମାଣ୍ଡରେ ଓଡିଶା ଏକ ମାତ୍ର ରାଜ୍ୟ ଯିଏ ସମଗ୍ର ଦୁନିଆକୁ ଏକ କରିବାର କ୍ଷମତା ରଖେ ବୋଲି କହିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ବିଶ୍ୱମ୍ବର ବିଦ୍ୟାପୀଠର ପ୍ଳାଟିନାମ ଜୁବିଲିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ।

ଜଗନାଥ ବିଶ୍ୱ ବିଦ୍ୟାଳୟର କୁଳପତି ହରିହର ହୋତା, ଆଇପିଏସ ସତ୍ୟଜୀତ ମହାନ୍ତି ଓ ବିଧାୟକ ଜୟନ୍ତ ଷଢଙ୍ଗୀ ପ୍ରମୁଖ ଉଦଯାପନୀ ଉତ୍ସବରେ ଯୋଗଦେଇଥିଲେ । ସଭାପତି ଟି.ବାନମ୍ବର ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ସୌମେନ୍ଦ୍ର ଦାସ ମଂଚାସୀନ ଥିଲେ । ଏହି ଅବସରରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ ଜରିଥିଲେ । ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଦୁତି ଚାନ୍ଦ, ମନ୍ତ୍ରୀ ଅରୁଣ ସାହୁ ଓ ସୋମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published.