ଯୁବ ସାମ୍ବାଦିକ ସଂଘ ତରଫରୁ ସ୍ୱର୍ଗତ ଅରିନ୍ଦମ ଦାସ ଏବଂ ସିତାରାମ ମୁର୍ମୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ ଓଡ୍ରାଫ ବାହିନୀ ଯବାନ ସିତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ସଭା ଗୃହ ଠାରେ ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭା ପ୍ରାରମ୍ଭରେ ସ୍ଵର୍ଗତ ଦାସ ଓ ମୁର୍ମୁଙ୍କ ଫୋଟୋ ଚିତ୍ର ଉପରେ ସଂଘର ଉପସଭାପତି ଗୋରେଖନାଥ ବରିହା, ସମ୍ପାଦକ ବିମଳ କୁମାର ବାଗ, ଉପଦେଷ୍ଟା ସାମ୍ବାଦିକ ଦିଲିପ ଭୋଇ, ସାମ୍ବାଦିକ ଜଗଦୀଶ ଭୋଇ, ସଦସ୍ୟ ଲଲିତ ମଲିକ, ଲାବଣ୍ୟ ପୁରୋହିତ, ପ୍ରଦୁଃଷ ରଞ୍ଜନ ଖମାରୀ, ଘନ ଭୋଇ, ଚନ୍ଦ୍ରଶେଖରବରିହା, ଦୂର୍ୟୋଧନ ବର୍ଗେ, ଗୈାରୀଶଙ୍କର ବରିହା, ନଟବର ମହାନନ୍ଦ, ଶେଷଦେବ ସିଂ, ଆଦିବାସୀ କଲ୍ୟାଣ ସଂଘ ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ, ଯୁବ ସଂଗଠକ ମନୋବଧ ବରିହା ଉପସ୍ଥିତ ରହି ସ୍ୱର୍ଗତ ଦାସ ଓ ମୁର୍ମୁଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published.