ଯୋବ୍ରାରେ ମୃତ ହାତୀ ଠାବ

କଟକ, (ନାଗରାଜ ନ୍ୟୁଜ): ଏକ ମୃତ ହାତୀ ମହାନଦୀରେ ଭାସି ଆସି ଯୋବ୍ରା ବ୍ୟାରେଜର ୨୪ ନମ୍ୱର ଫାଟକରେ ଲାଗି ରହିଥିଲା । ବନବିଭାଗର ଅଧିକାରୀମାନେ ଆଜି ସକାଳେ ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ୪ ଘଣ୍ଟାର ମାନସ ମନ୍ଥନ ପରେ ଯୋବ୍ରା ବ୍ୟାରେଜର ୨୪ ନମ୍ୱର ଗେଟକୁ ଖୋଲାଯାଇଥିଲା । ଖୋଲାଯିବା ପରେ ହାତୀଟି ମହାନଦୀର ପ୍ରବଳ ସ୍ରୋତରେ ତଳ ମୁଣ୍ଡ ଆଡ଼କୁ ଭାସି ଯାଇଛି । ବନବିଭାଗ ପକ୍ଷରୁ ହାତୀକୁ ଉଦ୍ଧାର ପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ହାତୀ କିପରି ଉଦ୍ଧାର ହେବ ତାହା ବନବିଭାଗର ଚିନ୍ତା ବଢାଇ ଦେଇଛି । ଉଦ୍ଧାର ପରେ ମୁଣ୍ଡଳୀରୁ ଭାସି ଆସିଥିବା ହାତୀ ସେହି ହାତୀ କି ନୁହେଁ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମୁଖ୍ୟ ବନ ସଂରକ୍ଷକ ଶଶି ପଲ । ତେବେ ଯୋବ୍ରା ଆନିକଟ ରାସ୍ତାରେ ଦୀର୍ଘ ସମୟ ଧରି ଭିଡ ଲାଗି ରହିଥିଲା । ଭିଡ଼କୁ ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

Leave a Reply

Your email address will not be published.