ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ତହସିଲ ଘେରାଉ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକରେ ତହସିଲ କାଯ୍ୟାଳୟକୁ ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘେରାଉ କରାଯାଇଥିଲା । ଆଞ୍ଚଳିକ କୃଷକ ସଂଗଠନ ସଭାପତି ଭୂବନ ନାୟକ ସଂପାଦକ, ବିନୋଦ ବିହାରି ବାଗ ବୋଡାସମ୍ବ କୃଷକ ସଂଗଠନର ସଭାପତି, ରମେଶ ମହାପାତ୍ର ପାଇକମାଲ କୃଷକ ସଂଗଠନ ସଭାପତି ଓ ଭୀଷ୍ମଦେବ ରଣା ଏଚଡିଏଫସି କମ୍ପାନୀରେ ଫସଲ ବୀମା ଚାଷିମାନେ କରିଥିଲେ । କିନ୍ତୁ କମ୍ପାନୀ ଚାଷିମାନଙ୍କର କାଗଜ ପତ୍ରକୁ ନାକଜ କରୁଥିବାରୁ ଏଥିନେଇ ପ୍ରତିବାଦ କରାଯାଇଥିଲା । ବହୁ ସଂଖ୍ୟାରେ ଚାଷିମାନେ ଯୋଗଦାନ ଦେଇ ତହସିଲ କାର୍ୟାଳୟ ଘେରାଉ କରିଥିଲେ । ଚାଷି ନେତା ସନ୍ତୋଷ କୁମାର ବେହେରା, ତୁଳାରାମ ଭୋଇ, ମାନା ରାୟ, ସୁଶାନ୍ତ ଶେଖର ମୁନା, ଜୟ ନିଗମ, କୁଷୁମ ପ୍ରଧାନ, ସାରଙ୍ଗଧର ସାହୁ, ଭୀମସେନ ପ୍ରଧାନ ଓ ଅଶୋକ ସା‌ହୁ ନିଜ ନିଜର ବକ୍ତବ୍ୟରେ କମ୍ପାନୀର ମନୋପଳି ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ପଦ୍ମପୁରର ଉପଜିଲ୍ଲାପାଳ ଏବଂ ବୀମା କମ୍ପାନୀ ଆସି ବୁଝାଇଥିଲେ ମଧ୍ୟ ଚାଷିମାନେ ନିଜର ଜିଦ୍ ରେ ଅଡ଼ି ବସି ରହିଥିଲେ ।

Leave a Reply

Your email address will not be published.