୧୧୦ତମ ରକ୍ତଦାନ କଲେ ରକ୍ତବୀର ବଦ୍ରି ମିଶ୍ର

ପୁରୀ,(ନାଗରାଜ ନ୍ୟୁଜ): ବୟସ ହାରମାନିଛି ତାଙ୍କ ରକ୍ତଦାନ ରେ। ପରିଣତ ଅର୍ଥାତ୍ ୬୫ ବର୍ଷରେ ମଧ୍ୟ ସେ ରକ୍ରଦାନ କରିଚାଲିଛନ୍ତି।୧୯୭୭ମସିହା ରେ ମାତ୍ର ୧୮ବର୍ଷରେ ଜୀବନର ପ୍ରଥମ ରକ୍ତଦାନ କରିଥିବା ବଦ୍ରି ମିଶ୍ର,ବିଗତ ୪୫ ବର୍ଷ ଭିତରେ୧୯୮୩ରେ କାଶ୍ମୀର ଗୁଲମାର୍ଗ ରେ ଆହତ ଯବାନ,୧୯୯୯ ମହାବାତ୍ୟା ସମୟରେ ଏରସମା,୨୦୦୧ରେ ଭୁକଂପ ପ୍ରଭାବିତ ଗୁଜରାଟର କଚ୍ଛ ଓ ୨୦୧୫ରେ ଭୂକଂପ ସ୍ଖଳନ ରେ ପ୍ରଭାବିତ ନେପାଳ ରେ ରକ୍ତଦାନ କରି ,ବିଗତ ଗାନ୍ଧୀ ଜୟନ୍ତୀରେ ୧୦୯ତମ ରକ୍ତଦାନ କରି ସ୍ବାସ୍ଥ୍ୟ ବିଭାଗ ରୁ ସମ୍ବର୍ଦ୍ଧନା ପାଇଥିଲେ। ରକ୍ତଦାନ ପାଇଁ ରାଜ୍ୟପାଳଙ୍କ ଠାରୁ ୨୦୧୮ରେ ରକ୍ତଵୀର ସମ୍ମାନ ଓ ୨୦୧୯ ରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଜୁ ପଟ୍ଟନାୟକ ସେବା ପୁରସ୍କାର ପାଇଥିବା ୬୫ବର୍ଷିୟ ବଦ୍ରି ମିଶ୍ର, ଆଜି ୧୧୦ତମ ରକ୍ତଦାନ କରି ରେକର୍ଡ କରିଛନ୍ତି।ଏହି ଅବସରରେ ଶ୍ରୀ ମିଶ୍ରଙ୍କ ରକ୍ତଦାନ ରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଥିଲେ। ଶିଳ୍ପପତି ବିଭୁଦତ୍ତ ସୁବୁଦ୍ଧି ଓ ମାନସୀ ସୁବୁଦ୍ଧି ଙ୍କ ୨୯ତମବିବାହ ବାର୍ଷିକୀ ଉପଲକ୍ଷେ ସମର୍ପଣ ପକ୍ଷରୁ ଆୟୋଜିତ ଉତ୍ସବରେ ଡଃ ଅଭିମନ୍ୟୁ ଭୂୟାଁ, ଜୟନ୍ତୀ ମହାପାତ୍ର ଓ ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ। ଏଥିରେ ୨୯ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା

Leave a Reply

Your email address will not be published.