ଚକ୍ରଧର ସେନାପତିଙ୍କ ସ୍ମୃତିରେ ୭୪ତମ ଅନନ୍ୟା ଅଡିଓ ଆସର ଉଦଯାପିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ):  ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା, କେନ୍ଦୁଝର ଆନୁକୂଲ୍ୟରେ ସ୍ୱର୍ଗତ ଚକ୍ରଧର ସେନାପତିଙ୍କ ସ୍ମୃତିରେ ୭୪ ତମ ଅନନ୍ୟା ଅଡିଓ ଆସର ଆଭାସୀ ମାଧ୍ୟମରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଦିଲ୍ଲୀ ୟୁନିଭରସିଟିର ଆସୋସିଏଟ ପ୍ରଫେସର ଡା. ଦୁର୍ଯ୍ୟୋଧନ ନାହକ ମୁଖ୍ୟଅତିଥି ଆସନ ଅଳଙ୍କୃତ କରିଥିବାବେଳେ ବୋଲଗ୍ରେଡ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି ସମ୍ମାନିତ ଅତିଥି ଓ ଗଜନୀ ଚନ୍ଦ୍ରଶେଖର, ପ୍ରଫୁଲ୍ଲ କୁମାର ହୋତା, ଡା. ନୀଳାଦ୍ରୀ ଜଗଦେଵ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଆସୀନ ହୋଇଥିଲେ । ଶୁଭ ସନ୍ଧ୍ୟାରେ ସୁଶ୍ରୀ ଆରାଧ୍ୟା ସେନାପତିଙ୍କ ଦ୍ୱାରା ଶୁଭଶଙ୍ଖନାଦ ସହ ଉଦଘାଟନ, ବୀଣା ସାହୁଙ୍କ ଗଣେଶ ବନ୍ଦନା, ପ୍ରତାପ କିଶୋର ରାଉତଙ୍କ ମା’ ତାରିଣୀ ଭଜନ, ଅଙ୍କିତା ପ୍ରିୟଦର୍ଶିନୀଙ୍କ ମଙ୍ଗଳମ ଜଗନ୍ନାଥ ଭକ୍ତି ନୈବେଦ୍ୟରେ ଏକ ଭକ୍ତି ପରିବେଶ ସୃଷ୍ଟି ହୋଇଥିଲା । ତତ୍ପରେ ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଦ୍ୱାରା ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ତଥା ପିତା ସ୍ୱର୍ଗତ ଚକ୍ରଧର ସେନାପତିଙ୍କ ବିଦମତା ଓ ପ୍ରେରଣା ବର୍ଣ୍ଣନା କରାଯାଇଥିଲା । ତତ୍ପରେ ଉଜ୍ଜ୍ଵୟିନୀ ମିଶ୍ରଙ୍କ ଦ୍ୱାରା ସ୍ମୃତିଚାରଣ ସଂଗୀତ ଗାନ କରାଯାଇଥିଲା ।

 

ମୁଖ୍ୟ ଅତିଥିଙ୍କ ଭାଷା ସାହିତ୍ୟର ସମାଜ ସଭ୍ୟତାକୁ ଦାନ, ଆମର କର୍ତ୍ତବ୍ୟ , ଚକ୍ରଧର ସେନାପତିଙ୍କ ବ୍ୟକ୍ତିତ୍ୱ ଉପରେ ଏକ ବଳିଷ୍ଠ ଶୈକ୍ଷିକ ଉପାଦେୟ ମାର୍ଗଦର୍ଶନ ଭାବୋଦ୍ଦୀପକ ଥିଲା ।ସମ୍ମାନିତ ଅତିଥୀଙ୍କ ହାସ୍ୟରସାତ୍ମକ ଅଭିଭାଷଣ ସଭିଙ୍କୁ ଆମୋଦ ଓ ସମାଜ ସଂସ୍କାର ପାଇଁ ପଥ ଦେଖାଇଥିଲା ।ଚକ୍ରଧର ସେନାପତିଙ୍କୁ ସଭିଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲାପରେ ଗଜନୀ ଚନ୍ଦ୍ରଶେଖରଙ୍କ ଶୁଭଜନ୍ମଦିନ ପାଳନ କରାଯାଇଥିଲା । ତତ୍ପରେ ଓଡିଶା ଓ ଓଡିଶା ବାହାରୁ ଅନ୍ୟୁନ ୩୬ ଜଣ କବି କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରି ସଭିଙ୍କୁ ଆନନ୍ଦ ଅର୍ପଣ କରିଥିବା ବେଳେ ସୁଦ୍ରୁମା ପଣ୍ଡାଙ୍କ ଅନନ୍ୟ ଅନୁଭୂତି, ସ୍ୱାଗତିକା ସାହୁଙ୍କ ସଶ୍ରଦ୍ଧ ଧନ୍ୟବାଦ ଓ ଶକୁନ୍ତଳା ମିଶ୍ର ଓ ବିଷ୍ଣୁପ୍ରସାଦ ମିଶ୍ରଙ୍କ ସାରଗର୍ଭକ ଅନୁଷ୍ଠାନ ବାର୍ତ୍ତା ସଭିଙ୍କ ମନରେ ପ୍ରାଣ ସଂଚାର କରିଥିଲା । ସଭାର ଅନ୍ତିମ ପାଦରେ ସ୍ୱପ୍ନା ମହାନ୍ତିଙ୍କ ଦିବସର ନିର୍ଯ୍ୟାସ ସହ ଶାନ୍ତିପାଠ ସଭିଙ୍କୁ ଆବିଭୁତ କରିଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ସୁପରିଚାଳନା କରିଥିବାବେଳେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଯୁବ ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ, ଗୀତିକାର ଅଂଶୁମାନ ସ୍ବାଇଁ ଓ ବରିଷ୍ଠ କର୍ମକର୍ତ୍ତାଗଣ ପର୍ଯ୍ୟବେକ୍ଷଣ ଓ ନିରୀକ୍ଷଣ କରିଥିଲେ । ସମସ୍ତ କବିତା ଓ ସଙ୍ଗୀତକୁ ସମ୍ପାଦକଙ୍କ ପିତା ସ୍ୱର୍ଗତ ଚକ୍ରଧର ସେନାପତିଙ୍କୁ ସମର୍ପଣ କରାଯାଇଥିଲା ।

Leave a Reply

Your email address will not be published.