ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଜେଡିୟୁ ବିଧାୟକ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଜେଡିୟୁ ବିଧାୟକ । ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ମଦ ପିଇବା ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଧାୟକ ଏଭଳି ଅନେକ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । କେତେବେଳେ ଟ୍ରେନରେ ଅଣ୍ଡରଓ୍ୱେୟାର ପିନ୍ଧି ବୁଲିବା ତ ଆଉ କେତେବେଳେ କୌଣସି କଥାକୁ ନେଇ ସେ ବିବାଦରେ ରହଇଛନ୍ତି । ତେବେ ସେ ବିହାର ଲୋକମାନଙ୍କର ମଦ ପିଇବା ଉପରେ ଏକ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ନୀତୀଶ ସରକାର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ତେବେ ଗୋପାଳ ମଣ୍ଡଳ କହିଛନ୍ତି, ‘ସୀମାକୁ ସିଲ୍ କରାଯାଉଛି, ହେଲେ ଚାଷ ଜମି ମାଧ୍ୟମରେ ମଦ ଅଣାଯାଉଛି । ଏପରି ପରିସ୍ଥିତରେ, ଯିଏ ତିଆରି ମଦ ପିଇବ ସେ ମରିବ ।

ତେବେ ବିଧାୟକ ଏହା ମଧ୍ୟ କହିଛନ୍ତିଯେ, ଯଦି ଲୋକମାନେ ମରୁଛନ୍ତି, ତେବେ ସ୍ଥାନଟି ଖାଲି ରହିବା ଉଚିତ୍ । ମରିବା ବହୁତ ଭଲ, କାରଣ ଏହାଦ୍ୱାରା ଜନସଂଖ୍ୟା ହ୍ରାସ ପାଏ ଏବଂ ବିହାରର ଜନସଂଖ୍ୟା ହ୍ରାସ ପାଇବ । ‘ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା କହୁଛନ୍ତି, ସେ ମନା କରୁଛନ୍ତି, ତେବେ ଆପଣ କାହିଁକି ମଦ ପିଉଛନ୍ତି ? ନୀତୀଶ କୁମାର ପୂର୍ବରୁ କହିଛନ୍ତିଯେ, ଯଦି ତୁମେ ପିଅ, ତୁମେ ମରିବ । ଲୋକାମାନେ କାହିଁକି ମଦ ପିଅନ୍ତି ମରିବା ପାଇଁ । କାରଣ ଜନସଂଖ୍ୟା ହ୍ରାସ ହେବା ଦରକାର । ଏହି ସମୟରେ, ଅନ୍ୟ ଜଣେ ପୂର୍ବତନ ଜେଡିୟୁ ବିଧାୟକ ଶ୍ୟାମ ବାହାଦୂର ସିଂ ଜାନୁଆରୀ ୧୭ ରେ ସିୱାନ ଜିଲ୍ଲାର ଗାନ୍ଧୀ ମଇଦାନରେ ଏକ ମଦ୍ୟପ ସମ୍ମିଳନୀ ଆୟୋଜନ କରିବାକୁ ଦାବି କରିଛନ୍ତି । ନିଷେଧାଦେଶର ନିଷ୍ପତ୍ତି ଯୋଗୁଁ ନୀତୀଶ କୁମାରଙ୍କ ଲୋକପ୍ରିୟତା ହ୍ରାସ ପାଉଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published.