କମେଡିଆନ୍ ସୁନୀଲ ଗ୍ରୋଭରଙ୍କର ହାର୍ଟ ସର୍ଜରୀ, ଆରୋଗ୍ୟ କାମନା କଲେ ପ୍ରଶଂସକ

ମୁମ୍ବାଇ, (ନାଗରାଜ ନ୍ୟୁଜ): ଲୋକପ୍ରୀୟ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ତଥା ଗୁଥିଙ୍କ ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଛି । ଏନେଇ ପ୍ରସିଦ୍ଧ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତିଯେ, ଏକଥା ଶୁଣିବା ମାତ୍ରେ ମୁଁ ଆଶ୍ଚର୍ୟ୍ୟ ହୋଇଯାଇଥିଲି । ଯେଉଁ ବ୍ୟକ୍ତି ଆମର ଭରପୂର ମନୋରଞ୍ଜନ କରୁଥିଲେ । ଆମକୁ ହସାଉଥିଲେ ସେ ଆଜି ମେଡିକାଲ ବେଡରେ ପଡ଼ିଛନ୍ତି । ଏହା ଜାଣି ମୁଁ ଦୁଃଖିତ । ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏହାହିଁ ମୋର ପ୍ରାର୍ଥନା ।

ସୋନିଲ ଗ୍ରୋଭରଙ୍କ ହାର୍ଟ ସର୍ଜରୀ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ତାଙ୍କ ପ୍ରଶଂସକମାନେ ଦୁଃଖି ହୋଇପଡ଼ିଛନ୍ତି । ତାଙ୍କ ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ଯେଉଁ କଳାକାର କୋଟି କୋଟି ଓଠରେ ହସ ଫୁଟାଉଥିଲେ । ସେ ଆଜି ମେଡିକାଲ ବେଡରେ ପଡ଼ିଛନ୍ତି । ତେବେ ବର୍ତ୍ତମାନ ସୁନୀଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ତାଙ୍କର ହୃଦୟ ଅସ୍ତ୍ରୋପଚାର ମଧ୍ୟ ସଫଳ ହୋଇଛି । ଡାକ୍ତର କହିଛନ୍ତିଯେ, ସୁନୀଲ ଗ୍ରୋଭର ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଆଶା କରାଯାଉଛି ଶୀଘ୍ର ଦର୍ଶକଙ୍କ ଏହି ପ୍ରିୟ ହାସ୍ୟ ଅଭିନେତା ଡାକ୍ତରଖାନାରୁ ଡିସଚାର୍ଜ ହେବେ ।

Leave a Reply

Your email address will not be published.