ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ

କଟକ,(ନାଗରାଜ ନ୍ୟୁଜ): ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି । କଟକ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଓଡିଆ ସାହିତ୍ୟ ଜଗତର ବିରାଟ ଦ୍ରୁମ ବୀଣାପାଣି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀଣାପାଣି ମହାନ୍ତିଙ୍କୁ ଭାରତ ସରକାର ସମ୍ମାନଜନକ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ । ଏଥିସହିତ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅଦିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାସହିତ ଶାରଳା ସମ୍ମାନ ଓ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ବିଶିଷ୍ଠ ସାହିତ୍ୟିିକା ବୀଣାପାଣି ମହାନ୍ତି ।କସ୍ତୁରୀ ମୃଗ, ପାଟଦେଈ, ମନସ୍ବିନୀ, ସବୁଜ ଅରଣ୍ୟ ଭଳି କାଳଜୟୀ ରଚନାର ରଚୟିତା ଥିଲେ ବୀଣାପାଣି ମହାନ୍ତି । ସେ ଥିଲେ ଓଡ଼ିଆ ଶବ୍ଦକୋଷର ଭଣ୍ଡାର ଓ ଜୀବନ ଅନୁଷ୍ଠାନ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେ ଓଡ଼ିଆ ସାହିତ୍ୟ ଜଗତର ପାଟରାଣୀ ଭାବରେ ପରିଚିତ ଥିଲେ । ୬ ଦଶନ୍ଧୀର ଲେଖିକା ଥିଲେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି । କଟକ ବାଦମବାଡି ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ସେ କେନ୍ଦ୍ରାପଡ଼ାର ଚାନ୍ଦଳରେ ଜନ୍ମଗ୍ରହଣ କରିଥିଲେ । କଟକ ଶୈଳବାଳା କଲେଜରେ ବୀଣାପାଣି ମହାନ୍ତି ଅର୍ଥନୀତି ଅଧ୍ୟାପିକା ଭାବେ ଅବସର ନେଇଥିଲେ ।

Leave a Reply

Your email address will not be published.