ବ୍ୟାସକବି ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ନିକଟସ୍ଥ ହଳଦୀପଦା ଖଣ୍ତାହାର ଠାରେ ବ୍ୟାସକବି ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ୨୭ବର୍ଷ ପୂର୍ତ୍ତି ଅବସରରେ ପୁସ୍ତକ ଉନ୍ମୋଚନ, କବିତା ପାଠ ହୋଇଥିଲା । ଫକିର ମୋହନ ଜନ୍ମଜୟନ୍ତି, କବି ଡା. ଭଗବାନ ବେହେରାଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଓ ବିଶାଳ ରକ୍ତଦାନ ଶିବିର ହଳଦୀପଦା ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ହୋଇ ୮୬ ୟୁନିଟ ରକ୍ତ ସଂଗୃହିତ ହୋଇଛି । କୋଭିଡ କଟକଣାକୁ ଆଖିଆଗରେ ରଖି ସମଦୂରତା ସାନିଟାଇଜର ମାକ୍ସ ପରିଧାନ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଘାଟକ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

ବାଲେଶ୍ଵର ରକ୍ତ ଭଣ୍ତାରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ସମ୍ମାନୀତ ଅତିଥି ଦିନକୃଷ୍ଣ ସାହିତ୍ୟ ପରିଷଦର କାର୍ୟ୍ୟକାରୀ ସଭାପତି କବି ବ୍ରଜେନ୍ଦ୍ର ନାଥ ଗିରି, ପିଞ୍ଛାବଣିଆଁ ଗୁରୁକୂଳ ଆଶ୍ରମର ଆଚ୍ଚାର୍ଯ୍ୟ ବିଜୟ କୁମାର ନାୟକ, ପ୍ରମେୟ ଖବରକାଗଜର ସାମ୍ବାଦିକ ବିଜୟ କୁମାର ଭୂୟାଁ, ବିଶିଷ୍ଠ ସମାଜସେବୀ ଦିଲ୍ଲୀପ କୁମାର ସାହୁ ଓ ପର୍ଶୁରାମ ପ୍ରଧାନ ମଞ୍ଚାସୀନ ହୋଇ ସାଂସ୍କୃତିକ ଅନୁଷ୍ଠାନର ସଭ୍ୟମାନେ ଆଜିର ସମାଜ ପାଇଁ ନୂତନ ଆଶା ଓ ଭାଇଚାରା ସୃଷ୍ଟି କରିବାର ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ କୁନିକୁନି ଝିଅ ମାନଙ୍କ ଦ୍ୱାରା ଆବାହନି ସଂଗୀତ ପରିବେଷଣ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ ମନୋଜ କୁମାର ସାହୁଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡା ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାପଡା ନେତାଜୀ ୟୁଥକ୍ଲବ, ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମ, ଆର୍ଯ୍ୟ ସମାଜର କର୍ମକର୍ତ୍ତା, ହଳଦୀପଦା ପଞ୍ଚାୟତର ସେଛାସେବୀ ସଂଗଠନର ସଦସ୍ୟ ସଦସ୍ୟା ଓ ଅନୁଠାନର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.