ମହରାପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ପାଲାସାଗର ଭୋଇଙ୍କ ଦେହାନ୍ତ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ୮୦ ଦଶକର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଆଗ ଧାଡିର ନେତା ପାଲାସାଗର ଭୋଇ(୬୩) ଙ୍କ ଶୁକ୍ରବାର ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ହ୍ରୁଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗୁରୁବାର ଗୁରୁତର ହେବା ପରେ ଚିକିତ୍ସାଧୀନ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସକାଳେ ନିଜ ଗାଁ ମହରାପଦର ପଂଚାୟତ ବନମାଳ ଗାଁରେ ଶେଷକୃତ୍ୟ ସଂପୂର୍ଣ୍ଣ ହୋଇଛି । ତାଙ୍କର ପୁଅ ସୁଶୀଳ ଭୋଇ ମୁଖାଗ୍ନି ଦେଇଥିଲେ । ସେ ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ସାମାଜିକ, ସଂସ୍କୃତି, ସଂଗଠନ ରେ ସାମିଲ ଥିବା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥଲେ। ସେ ମହରାପଦର ପଞ୍ଚାୟତର ପୂର୍ବତନ ପଞ୍ଚାୟତ ଥିବାବେଳେ ତାଙ୍କ ସ୍ତ୍ରୀ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଥିଲେ । ତାଙ୍କ ବିୟୋଗରେ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପାଟଣାଗଡ଼ ପୁର୍ବତନ ବିଧାୟକ କନକ ବର୍ଧନ ସିଂଦେଓ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.