ନିରାଶ୍ରୟଙ୍କୁ ସହଯୋଗର ହାତ ବଢ଼ାଇଲା ‘ଅପନା ଘର’

କଟକ, (ନାଗରାଜ ନ୍ୟୁଜ): ଆମ ରାଜ୍ୟରେ ଅବହେଳିତ, ଅସହାୟ, ମାନସିକ ବିକାରଗ୍ରସ୍ତ ଓ ଅସୁସ୍ଥ ବ୍ୟକ୍ତି ବହୁ ମାତ୍ରାରେ ଅଛନ୍ତି । କାହାର ପରିବାର ନାହାନ୍ତି ତ ଆଉ କାହାର ପରିବାର ଥାଇ ମଧ୍ୟ ପରିବାର ସଦସ୍ୟମାନେ ଘରୁ ଅଲଗା ହୋଇ ମାନସିକ ଭାରସାମ୍ୟ ହରାଇ ବାହାରେ ରହୁଛନ୍ତି । ଏପରିକି ସେମାନଙ୍କ ପରିବାର କେଉଁଠି ରହୁଛନ୍ତି ଏବି ତାଙ୍କ ଘର କେଉଁ ସ୍ଥାନରେ ଜାଣିବା ମୁସ୍କିଲ ହୋଇପଡୁଛି । ଏଭଳି ବ୍ୟକ୍ତିଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ଏବଂ ଜୀବନଯାପନ କରିବା ପାଇଁ ସେବା ପ୍ରଦାନ କରିବାକୁ ଆଗକୁ ଆସିଛି ଦେଶର ଅଗ୍ରଣୀ ସାମାଜିକ ସଂଗଠନ ‘ଅପନା ଘର’। ଖାସ୍ ଏଥିପାଇଁ ଏଭଳି ବ୍ୟକ୍ତିଙ୍କ ପାଇଁ କଟକ ଜଗତପୁର ସ୍ଥିତ ସାତବାଟିଆ ଠାରେ ‘ଅପନା ଘର’ ଆଶ୍ରମ ଖୋଲାଯାଇଛି । ଦେଶର ୫୦ ଟି ସ୍ଥାନରେ ଏହିଭଳି ବ୍ୟକ୍ତିଙ୍କ ପାଇଁ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ବେଳେ ଓଡିଶାରେ କଟକ ଜିଲ୍ଲାରେ ପ୍ରଥମ କରି ଏହି ଆଶ୍ରମ ଖୋଲାଯାଇଛି। ୧୦ ହଜାର ବର୍ଗଫୁଟ୍ ଜମିରେ ୭୫ ଟି ଆବାସିକ ଗୃହରେ ସ୍ଥାପନା କରାଯାଇ ୮ ହଜାରରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଆଶ୍ରମ ଗୃହରେ ରଖାଯାଇ ପୀଡିତ ମାନଙ୍କୁ ସେବା ପ୍ରଦାନ କରାଯାଉଛି।

ପ୍ରତ୍ୟକ ସ୍ଥାନରେ ଥିବା ବସଷ୍ଟାଣ୍ଡ, ଡାକ୍ତରଖାନା, ରେଳଷ୍ଟେସନ, ଧାର୍ମିକ ଅନୁଷ୍ଠାନ ଆଦି ସର୍ବସାଧାରଣ ମାନଙ୍କରେ ଏହି ବ୍ୟକ୍ତିମାନେ ନିରାଶ୍ରୟ ଅବସ୍ଥାରେ ରହିଥାନ୍ତି। ସଙ୍ଗଠନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ଏହି ଆଶ୍ରମରେ ଖାଦ୍ୟ ବସ୍ତ୍ର ଔଷଧ ବ୍ୟବସ୍ଥା କରାଯାଉଛି। ତେବେ ଦେଶର ବିଭିନ୍ନ ସ୍ଥାନରେ ଥିବା ଅପନା ଘର ଆଶ୍ରମରୁ ୧୦ ଜଣ ଓଡିଆ ନିରାଶ୍ରୟଙ୍କୁ ଏଠାକୁ ଅଣାଯାଇଛି। ଯଦି ପରିବାରର ଠିକଣା ମିଳେ ଏବଂ ନିରାଶ୍ରୟ ବ୍ୟକ୍ତି ତାଙ୍କ ପରିବାର ନିକଟକୁ ଯିବାକୁ ଚାହୁଁଥାନ୍ତି ତେବେ ସେମାନଙ୍କ ପରିବାରକୁ ନିୟମ ଅନୁଯାୟୀ ହସ୍ତାନ୍ତର କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ସମାଜରେ ପ୍ରତିଷ୍ଠିତ କରାଇବା ପାଇଁ ଏବଂ ଏମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଅପନା ଘର। ଆଉ ଏଭଳି ବ୍ୟକ୍ତି ନିଶ୍ଚିତରୂପେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ଆଶା ରଖିଛନ୍ତି ସଙ୍ଗଠନର କର୍ମକର୍ତ୍ତା। ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ପ୍ରତିଷ୍ଠାତା ସୀତାରାମ ଅଗ୍ରୱାଲ, ହରିପ୍ରସାଦ ଅଗ୍ରୱାଲ, ଶୈଳେନ୍ଦ୍ର ତ୍ୟାଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.