ଆସନ୍ତା ୧୫ରେ ଓଡ଼ିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ସେ ଆସନ୍ତା ୧୫ ତାରିଖରେ ଓଡିଶାରେ ପହଞ୍ଚିବେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ରାଜ୍ୟ ସରକାର ଉଠାଇପାରନ୍ତି । ତେବେ ଓଡିଶାକୁ ଫୋକସ ରାଜ୍ୟର ମାନାତା ପୁଣି ଦୋହରାଇପାରନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସ୍ଥାୟୀ ସମାଧାନ ପାଇଁ ଅର୍ଥିକ ସହାୟତା ଯୋଗାଇବା, ଓଡିଶାକୁ ଅଧିକ ଅନୁଦାନ ଦେବା, ବିଭିନ୍ନ ବିଭାଗର ଅବହେଳା ଆଦି ପ୍ରସଙ୍ଗ ରାଜ୍ୟ ସରକାର ଉଠାଇବେ ବୋଲି କୁହାଯାଉଛି ।

Leave a Reply

Your email address will not be published.