ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଗଁଦିଆ ଥାନା ଅନ୍ତର୍ଗତ ଢେଙ୍କାନାଳ ଭୁବନ କ ସଂଯୋଗ କରିଥିବା ଷଡ଼ଙ୍ଗୀ ମନ୍ଦାର ଧନିଆନାଳି ଝରଣ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ସୁଚନା ଥାଉକୀ ମୃତକ ଜଣକ ହେଉଛନ୍ତି ଭୁବନ ଲକ୍ଷ୍ମୀଛକ ତେଲିସାହିର ସଂଜିବ କୁମାର ପୃଷ୍ଟି । ବୟସ ୨୮ ବର୍ଷ ସେ ଘରକୁ ଫେରୁଥିବାବେଳେ ଏକ ୪୦୭ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ପୃଷ୍ଟିଙ୍କର ଘଟଣା ସ୍ତଳରେ ମୃତ୍ୟୁ ଘଟିଥିଲା । ପୃଷ୍ଟି ଗୋଟେ ପାଞ୍ଚ ବର୍ଷର ଝିଅ ଓ ଏଗାର ମାସର ପୁଅ ଅଛି । ତେବେ ମୃତ ଦେହକୁ ସଙ୍ଗେ ସଙ୍ଗେ ଗଁନ୍ଦିଆ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

Leave a Reply

Your email address will not be published.