ଖେଳୁଥିବା ବେଳେ ଖସିପଡ଼ିଲା ଶିଶୁ କନ୍ୟା, କାନ୍ଥ କାଟି ଶିଶୁ ଉଦ୍ଧାର

କଟକ, (ନାଗରାଜ ନ୍ୟୁଜ): ଛାତ ଉପରେ ଖେଳୁଥିବା ବେଳେ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଲା ଶିଶୁ କନ୍ୟା । କାନ୍ଥ କାଟି ଶିଶୁକୁ ଉଦ୍ଧାର କରାଯାଇଛି । ଆଜି ଏପରି ଘଟଣା ଚୌଦ୍ୱାର ପୌରାଞ୍ଚଳ ତଳ ବଜାର ଅଞ୍ଚଳରେ ଘଟିଛି । ଉଦ୍ଧାର ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି । ଚୌଦ୍ୱାର ପୌରାଞ୍ଚଳ ତଳ ବଜାରରେ ବାସ କରୁଥିବା ଅମରେଶ ସାହୁଙ୍କ ଅଢ଼େଇ ବର୍ଷର ଝିଅ ସାଇପ୍ରିୟା ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଛାତ ଉପରେ ଖେଳୁଥିଲା ।

ଖେଳୁଥିବା ବେଳେ ହଠାତ ଦୁଇ ଘର କାନ୍ଥ ସନ୍ଧି(୬ ଇଞ୍ଚ ଫାଙ୍କ)ରେ ଫସି ଯାଇଥିଲା । ଦୁଇ କାନ୍ଥର ମଝିରେ ପାଖାପାଖି ୧୫ ଫୁଟ ତଳେ ଫସି ଯାଇଥିଲା । ଝିଅର ଚିତ୍କାର ଶୁଣି ଧାଇଁ ଆସିଥିଲେ ତାଙ୍କ ମାଆ । ଏହାପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଥିଲେ । ଖବର ପାଇ ଚୌଦ୍ୱାର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡ୍ରିଲିଂ ମେସିନରେ କାନ୍ଥ ଭାଙ୍ଗି ଛୁଆକୁ ଉଦ୍ଧାର କରିଥିଲେ । ପରେ ଶିଶୁକୁ ଚୌଦ୍ୱାରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି ।

Leave a Reply

Your email address will not be published.