୩ ଲୋକସଭା ଏବଂ ୩୦ଟି ବିଧାନସଭା ଆସନ ପାଇଁ ମତଦାନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ୩ଟି ଲୋକସଭା ଓ ୩୦ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । କିଛି ଆସନରେ ଆଞ୍ଚଳିକ ଦଳର ପ୍ରଭାବ ମଧ୍ୟ ରହିବ । ଉପ-ନିର୍ବାଚନ ଅନୁଷ୍ଠିତ ହେଉଥିବା ଲୋକସଭା ଆସନରେ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା-ନଗର ହାଓ୍ଵଲି, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶର ଓ ଦାମନ-ଦିୟୁର ଅନ୍ତର୍ଭୁକ୍ତ ।

ସେହିପରୀ ବିଧାନସଭା ଆସନ ପାଇଁ ଆସାମର ୫ଟି, ପଶ୍ଚିମବଙ୍ଗର ୪ଟି, ମଧ୍ୟପ୍ରଦେଶ, ମେଘାଳୟ ଓ ହିମାଚଳ ପ୍ରଦେଶରେ ୩-୩, ରାଜସ୍ଥାନ, ବିହାର ଓ କର୍ଣ୍ଣାଟକରେ ୨ଟି ଲେଖାଏଁ, ଆନ୍ଧ୍ରପ‌୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି ।
ଉପନିର୍ବାଚନରେ ଏକାଧିକ ରାଜ୍ୟରେ ମତଦାନ ହେଉଛି। କିନ୍ତୁ ସର୍ବାଧିକ ଚର୍ଚ୍ଚାରେ ରହିବ ମଧ୍ୟପ୍ରଦେଶ । ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି । ଉପନିର୍ବାଚନ ପାଇଁ ମୁଖ୍ୟ ଶିବରାଜ ସିଂହ ଚୌହାନ ଅନେକ ରାଲି କରିଥିଲେ। କଂଗ୍ରେସ ମଧ୍ୟ ଏହାକୁ ମୁକାବିଲା କରିବା ଲାଗି ଜୋରଦାର ପ୍ରଚାର କରିଥିଲା ।

Leave a Reply

Your email address will not be published.