ବେଳାଭୂମି ସଫା କଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସାମ୍ପ୍ରତିକ କୋଭିଡ କଟକଣାକୁ ଅବମାନନା କରି ନୂଆ ବର୍ଷରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ଏବଂ ଯମୁନାଶୂଳ ବେଳାଭୂମୀକୁ ବଣଭୋଜି କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି । ବେଳାଭୂମିରେ ବୁଲାବୁଲି କରିବା, ସେଲଫି ନେବା ସହିତ ଭୋଜି କରି ମଜା ନେଉଛନ୍ତି । ବହୁ ଲୋକଙ୍କ ସମାଗମ ହେବା ଦ୍ୱାରା ବେଳାଭୂମି ପରିସର ଅପରିଷ୍କାର ହେଉଥିବା ବେଳେ ଝାଉଁ ବଣରେ ବଣଭୋଜି କରି ଚାଲି ଯାଉଛନ୍ତି । ହେଲେ ଝାଉଁ ଜଙ୍ଗଲ ମଧ୍ୟରେ କୁଢ କୁଢ ଆବର୍ଜନା ଫିଙ୍ଗି ଚାଲି ଯାଉଥିବାରୁ ପରିବେଶ ଦୂଷିତ ହେଉଛି । ଏହା ଜାଣି ବାଲିଆପାଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ମେ ଆଇ ହେଲ୍ପ ୟୁ ” ର କୋଷାଧ୍ୟକ୍ଷ ଲଷ୍ମୀଧର ପ୍ରଧାନ ବେଳାଭୂମି ସଫା ନିମନ୍ତେ ଡଗରା ସରପଞ୍ଚଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମେ ଆଇ ହେଲ୍ପ ୟୁ’, ମୋ ପରିବାର ସଂଗଠନର ପ୍ରତିଷ୍ଠାତା ଶ୍ରୀ ଜଗନ୍ନାଥ ପରିଡାଙ୍କ ନେତୃତ୍ୱରେ ସଙ୍ଗଠନର ଭୋଗରାଇ ଶାଖା ସଭାପତି ପ୍ରଶାନ୍ତ ଘୋଷ, ଜଳେଶ୍ୱର ଶାଖା ସଭାପତି ଏଲେନ ଘୋଷଙ୍କ ସହ ତୋଫାନ ଆଚାର୍ଯ୍ୟ, ଜୟଦେବ ସାମଲ, ଦେବବ୍ରତ ପଣ୍ଡା ଓ କାଳିପଦା ମଣ୍ଡଳ ସଭାପତି, ପୂର୍ବତନ ଜିଲ୍ଲା ପରିଷଦ ଓ ବର୍ତ୍ତମାନର ଡଗରା ସରପଞ୍ଚଙ୍କ ପ୍ରତିନିଧି ସତ୍ୟାନନ୍ଦ ମହାନ୍ତି, ବାଲିଆପାଳ ଶାଖା ସଭାପତି ରାଜକିଶୋର ପାତ୍ରଙ୍କ ସମେତ ଆଶିଷ ପଣ୍ଡା, ପ୍ରଭାତ କୁମାର ଦାସ, ଲଷ୍ମୀଧର ପ୍ରଧାନ, ଜୟନ୍ତ ହଟେଇ, ମନୋରଞ୍ଜନ ପାଣିଗ୍ରାହୀ, ଯଶବନ୍ତ ପ୍ରଧାନ, ନନ୍ଦକିଶୋର ସାମନ୍ତ, ଅମରେନ୍ଦ୍ର ପାତ୍ର, ସମୀର, ସତ୍ୟବ୍ରତ, ବିଶ୍ଵନାଥ ଆଦି ପ୍ରମୁଖ ସଦସ୍ୟ ମାନେ ରବିବାର ଡଗରା ବେଳାଭୂମୀରେ ପହଞ୍ଚି ଝାଉଁ ଜଙ୍ଗଲ ଏବଂ ବେଳାଭୂମିକୁ ପରିଷ୍କାର କରିଥିଲେ ।

Leave a Reply

Your email address will not be published.